ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ଗଙ୍ଗାଧର ମେହେରଙ୍କ ସାହିତ୍ୟର ପଟାନ୍ତର ନାହିଁ। ସେ କବି କେବଳ ନୁହଁନ୍ତି, ଜଣେ ଦାର୍ଶନୀକ ଥିଲେ। ପ୍ରକୃତି କବି ଗଙ୍ଗାଧର ଥିଲେ ବିଶ୍ୱ ଦ୍ରଷ୍ଟା ବୋଲି ଯୁଗ ଯାତ୍ରୀ ସାହିତ୍ୟ ସଂସଦର ମେହେର ଜୟନ୍ତୀରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିମନ୍ୟୁ ସାହିତ୍ୟ ସଂସଦ, ଘେଁସ, ବରଗଡ଼ ସଭାପତି ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଶ୍ରୀଧର ପଟ୍ଟନାୟକ (ରାୟଗଡା) ଯୋଗଦେଇଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ସମ୍ପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। କବି ନବଘନ ସାହୁ, କବି ମକରଧ୍ଵଜ ସାହୁ, କବୟିତ୍ରୀ ସରସ୍ବତୀ ମିଶ୍ରଙ୍କ ସଂଯୋଜନାରେ ତିରିଶ ରୁ ଉର୍ଧ୍ଵ କବି କବିତା ପାଠ କରିଥିଲେ। ଏହାପରେ ପ୍ରାକ ପ୍ରାଥମିକ ବିଦ୍ୟାଳୟରୁ ମହା ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ର ପୁରସ୍କାର ବିତରଣୀ ଉପସଭାପତି ରାକେଶ ଶତପଥୀ, ମାନସ ରଞ୍ଜନ ପ୍ରହରାଜ, ପବନ ମହାଲିକଙ୍କ ପରିଚାଳନାରେ କରା ଯାଇଥିଲା। ସହ ସମ୍ପାଦକ ପରମାନନ୍ଦ ବିଶୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।