ବ୍ଲକ ଗଠନ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାପଡାହାଣ୍ଡି/କ୍ରାନ୍ତି କ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଧିନ ମୈଦଲପୁରକୁ ନୂତନ ବ୍ଲକ ର ମାନ୍ୟତା ପାଇଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କୁ ମୈଦଲପୁର ଯୁବ ପରିଷଦ ଓ ମୈଦଲପୁର ବିଜେପି ଯବମୋର୍ଚ୍ଚା ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ବହୁ ଦିନ ଧରି ମୈଦଲପୁର କୁ ବ୍ଲକ ମାନ୍ୟତା ପାଇଁ ଅଂଚଳବାସି ଙ୍କ ତରଫରୁ ଦାବି ଜୋର୍ ଧରି ଆସୁଛି। ଆଜି  ନବରଙ୍ଗପୁର ସର୍କିଟ ହାଉସ ଠାରେ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଉକ୍ତ ସମୟରେ ଯୁବ ପରିଷଦ ସଦସ୍ୟ ଅରବିନ୍ଦ ପାଞ୍ଜିଆ, ସନ୍ତୋଷ ପାଣିଗ୍ରାହୀ, ପ୍ରଦୀପ ଗୋ୍ଲଡ଼, ଉଦୟ ଗୁପ୍ତା ଙ୍କ ସହ ବିଜେପି କର୍ମୀ ହରିଶ୍ଚନ୍ଦ୍ର ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର ବିଶୋଇ, ଜିତେନ୍ ମିର୍ଗାନ, ସାହୁ ହରିଜନ, ଇଗ୍ନେଶ ବିଶୋଇ, ସୁବାଷ ସାହୁ, ସୁନୀଲ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।