କଳାହାଣ୍ଡିର କୃଷି ଓ କୃଷକ ଶୀର୍ଷକ ଉପରେ ଆଲୋଚନା

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ତଥା ଭବାନିପାଟଣା ସ୍ଥିତ ଏସ୍.ଏନ୍.ରେସିଡେନ୍ସି ସଭାଗୃହରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ରାଜ୍ୟ ସାମ୍ବାଦିକ ସଂଘ ସମ୍ପାଦକ କମ୍ଭୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡିର କୃଷି ଓ କୃଷକ ଶୀର୍ଷକ ଉପରେ ଖୋଲା ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ପ୍ଥଥମେ ପ୍ରଦୀପ ପ୍ରଜ୍ବଳନ କରି ଖୋଲା ଆଲୋଚନାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ଯଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା ଗାଳ୍ପିକ ଉମାଶଙ୍କର କର, ସଫଳ ଚାଷୀ ପ୍ରଶାନ୍ତ ପାଟଯୋଷୀ, ବରିଷ୍ଠ ସାମ୍ବାଦିକ ତଥା ସଫଳ ଚାଷୀ ସାନ୍ତାନୁ କୁମାର ବେହେରା, ସଫଳ ଚାଷୀ ଦିପ୍ତି ରଞ୍ଜନ ପ୍ରହରାଜ, ପ୍ରମୋଦ କୁମାର ରଥ, ସେଣ୍ଟ୍ରାଲ କୋପରେଟଭି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା କୃଷୀ ଓ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ଓ ବିଭିନ୍ନ ଚାଷ ଉପରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।