ଭବାନୀପାଟଣା ପାଠ ପଢିବାକୁ ଯାଇଥିବା ନାବାଳକ ପୁଅର ଅପହରଣ, ଥାନାର ଦ୍ବାରସ୍ଥ ହେଲେ ବାପା

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରବିବାର ଅପରାହ୍ନ ୫ଟା ରେ ନିଜ ପୁଅକୁ କେହି ଅପହରଣ କରିନେଇଥିବା ନେଇ ଉଡିଗୁଣାର ଟାକୁ ମାଝୀ ଥୁଆମୁଳ ରାମପୁର ପୁଲସ ଥାନାର ଦ୍ବାରସ୍ଥ ହେଇଛନ୍ତି। ସୂଚନା ଅନୁସାରେ ଥୁଆମୁଳ ରାମପୁର ପୁଲିସ ଥାନା ଅଧୀନସୁ ଉଡିଗୁଣାର ଟାକୁ ମାଝୀଙ୍କ ୧୫ ବର୍ଷିୟ ପୁଅ ବିଶ୍ବ ବିଶ୍ଵନାଥ ଭବାନିପାଟଣା ବିଶ୍ଵ ବିଦ୍ୟାଳୟରେ ପାଠ ପଢୁଛି । ଗତ ୪ତାରିଖ ଦିନ ୫ହଜାର ଟଙ୍କା ନେ ଘରରୁ ବାହାରି ଭବାନିପାଟଣା ଯାଇଥିଲା। କିନ୍ତୁ ଗତ ୭ ତାରିଖ ଦିନ ବିଶ୍ଵନାଥର ମୋବାଇଲ ନମ୍ବରରୁ ଅନ୍ୟ କେହି ଜଣେ ଫୋନ କରି କହିଲା ତୁମ ପୁଅ ଆମ ପାଖରେ । ୧୫ ହଜାର ଟଙ୍କା ଦିଅ ନଚେତ ତୁମ ତୁମ ପୁଅକୁ ଜୀବନରେ ମାରି ଦିଆଯିବ ବୋଲି ଧମକ ଦେଇଥିଲେ। ଯାହା ଶୁଣିବା ପରେ ନିଜେ ଟାକୁ ମାଝୀ ଭବାନିପାଟଣା ଯାଇ ବିଶ୍ବନାଥ ର ସାଙ୍ଗ ମାନଙ୍କୁ ବିଶ୍ଵ ନାଥ ସମ୍ବନ୍ଧରେ ପଚାରି ବୁଝିଥିଲେ । କିନ୍ତୁ ବିଶ୍ଵନାଥ ତାଙ୍କ ନିକଟକୁ ପହଂଚିନଥିବା ସେମାନେ ସୂଚନା ଦେଇଥିଲେ। ପୁଣି ଆଜି ରବିବାର ସକାଳେ ବିଶ୍ଵନାଥର ମୋବାଇଲ ନମ୍ବରରୁ ପୁଣି ଫୋନ ଆସିଥିଲା। ସେମାନେ ଉତରପ୍ରଦେଶର କାନପୁର ଠାରେ ଥିବା କହିବା ସହ ଶୀଘ୍ର ଟଙ୍କା ନେଇ ଯିବା ପାଇଁ ଧମକ ଦେଇଥିଲେ । ଏନେଇ ଥୁଆମୂଳ ରାମପୁର ପୁଲିସ ଥାନାର ଦ୍ବାରସ୍ଥ ହେଇ ନିଜ ପୁଅର ଠାବ କରିବା ପାଇଁ ଅନୁରୋଧ କରିଛନ୍ତି।