ପାପଡାହାଣ୍ଡି ସହିଦ ମିନାରର କଲେ ସମୀକ୍ଷା
ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନବରଙ୍ଗପୁର ଜିଲ୍ଲା ଗସ୍ତ କରି ରବିବାର ପାପଡାହାଣ୍ଡିସ୍ଥିତ ସହିଦ ମିନାର କୁ ଗସ୍ତ କରିଛନ୍ତି।ଶହୀଦ ମୀନାରକୁ ଏକ ଆଦର୍ଶ ପର୍ଯ୍ୟଟନ ସ୍ଥଳ କରାଯିବ। ଏନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଅଡିଟୋରିୟମ, ପାର୍କ, ଶହୀଦ ଓ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିଗୁଡିକ ଉଚ୍ଚ ସ୍ଥାନରେ ରଖାଯିବ। ଏହା ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବ ଏଣୁ ଆଜି ଗସ୍ତ କରି ପ୍ରଭାତୀ ପରିଡ଼ା ନିଜେ ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ, ବିଡିଓ କପିଳ ଦେବ ସାହୁ, ଜିପିଇଓ ଅକ୍ଷୟ ପଟ୍ଟନାୟକ, ତହସିଲଦାର ତପନ କୁମାର ନାୟକ, ଏଏଇ ଦିବ୍ୟରଞ୍ଜନ ମେହେର, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ବିଜେପି ନେତା ମାନସ ରଞ୍ଜନ, ଦୀନବନ୍ଧୁ ବିଷୋୟୀ, ମନଜ ଅଗ୍ରୱାଲ, ତ୍ରିନାଥ ଅମନାତ୍ୟ, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ , ହରି ମୋହନ ଶର୍ମା, ଲିଙ୍ଗରାଜ ଭତରା ପ୍ରମୁଖ ଉପସ୍ଥିତ ଥିଲେ।