କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଦିନିକିଆ କଳାହାଣ୍ଡି ଜିଲ୍ଳା ଗସ୍ତରେ ଅଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପ ମୁଖ୍ୟମନ୍ତ୍ରୀ ଭବାନୀପାଟଣା ପହଞ୍ଚିବା ପରେ ସହରର ନକଟିଗୁଡ଼ା ଛକରେ ଥିବା ଡ଼. ବି ଆର୍ ଆମ୍ବେଦକରଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲା ପ୍ରଶାସନ କଳାହାଣ୍ଡି ତରଫରୁ ଆୟୋଜିତ ବିଶାଲ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସହ ସହ ସଂଖ୍ୟାରେ ଲୋକେ ସାମିଲ ହେଇଥିଲେ। ଏହା ପରେ କଳାହାଣ୍ଡି ଜିଳ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଦର୍ଶନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ। ଏହାପରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଟିତ ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ଏସପି ନାଗରାଜ ଦେବରକୋଣ୍ଡା ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଅନୁଷ୍ଟିତ ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ର ବିକାଶ ଭଳି ବିଭିନ୍ନ ପ୍ରସଙ୍ଗ କୁ ନେଇ ସମୀକ୍ଷା କରିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ” ଆଜି କଳାହାଣ୍ଡି ଜିଲ୍ଲାର ସମୀକ୍ଷା କରିଛି ଏଥିରେ ଆଇସିଡିଏସ ରେ ଅଙ୍ଗନବାଡ଼ି କେନ୍ଦ୍ର ର ଉନ୍ନତି ଓ ଏଆଇ ମାଧ୍ୟମରେ ଏହାର ଶିକ୍ଷ୍ୟା ପ୍ରଣାଳୀ ର ଉନ୍ନତୀ ଓ ପେଡ଼ି ପ୍ରକ୍ୟୁର୍ମେଣ୍ଟ ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ମାତ୍ରାରେ ଲକ୍ଷପତି ଦିଦି କେମିତି ସୃଷ୍ଟି କରି ହେବ ସେନେଇ ଆଲୋଚନା କରାଯାଇଥିବା ନେଇ ସେ ପ୍ରକାଶ କରିଛନ୍ତି।