ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଦିପ ସେଠିଆ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ବଡପୋଡ଼ାଗୁଡା ପଞ୍ଚାୟତ ସର୍ଗୀଗୁଡ଼ା ଶ୍ରୀ ରାମନଗର ପଡ଼ା ଆଜି ପର୍ଯ୍ୟନ୍ତ ବିକାଶ ପହଞ୍ଚି ପାରିନାହିଁ। ଏହି ପଡ଼ାରେ ୩୦ଭୋଟର ବସବାସ କରି ଆସୁଛନ୍ତି। କିନ୍ତୁ ଯିବା ଆସିବା ପାଇଁ ମାଟି କାଦୁଅ ରାସ୍ତା, ଜାତଆତ କରିବେ କେମିତି । ନା ଯାଇପାରୁଛି ଗାଡ଼ି ମୋଟର ଆମ୍ବୁଲାନ୍ସ, ଜ୍ଵର ହେଉ କିମ୍ବା ଗର୍ଭବତୀ ପ୍ରସବବେଦନା ରେ ଖଟିଆରେ ବୁହାହେଇ ରାସ୍ତା କୁ ନେଇ ଆମ୍ବୁଲାନ୍ସ ରେ ପହଞ୍ଚାଇ ଥାନ୍ତି ଏବଂ ପିଲା ପାଠ ପଢା ରେ ଅସୁବିଧା ହେଉଛି। ଅନେକ ଥର ସ୍ଥାନୀୟ ନେତା ମାନଙ୍କୁ ଜଣାଇଥିବାରୁ ବର୍ତ୍ତମାନ ୧୦ ଲକ୍ଷ୍ ଟଙ୍କା ର ମାଟି କାମ କରି ନା ମୁରୁମ୍ ନା ମେଟାଲ ନା ପୋଲ ତିଆରି କରିଛନ୍ତି। ସରକାର କା ମାଲ୍ ଦରିଆ ମେ ଡାଲ। ଚାରିଆଡ଼େ କାଦୁଅ ପଚ୍ ପଚ୍ ରାସ୍ତା। କେବେ ତିଆରି ହେବ ପକ୍କା ରାସ୍ତା ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଚେଷ୍ଟାକରିଥିଲୁ କିନ୍ତୁ ଯୋଗାଯୋଗ ହେଇ ପାରିଲା ନାହିଁ।