ଏଆଇଏସଏଫର ୯୦ତମ ପ୍ରତିଷ୍ଠା ଦିବସ ସମାରୋହ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଳମପୁର ଆମୋହମଣୀ ଉଚ୍ଚ ମହାବିଦ୍ୟାଳୟଠାରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଫେଡେରେସନ୍ (ଏଆଇଏସଏଫ)ର ୯୦ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦଯାପିତ ସହ ପାଳିତ ହୋଇଯାଇଛି। ଏହି ଅବସରରେ ଏଆଇଏସଏଫ କଳାହାଣ୍ଡିର ପୂର୍ବତନ ଜିଲ୍ଲା ସଭାପତି ସଂଜୀବ କୁମାର ଦାସ ଯୋଗଦେଇ ସଂଗଠନର ଐତିହାସିକ ଯାତ୍ରା ଓ ଛାତ୍ର ଆନ୍ଦୋଳନରେ ଏହାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ବକ୍ତବ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥିଲା। କାର୍ଯ୍ୟକ୍ରମରେ ରଚନା ଲେଖନ, ବକ୍ତୃତା, ସାଧାରଣ ଜ୍ଞାନ ଓ ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଜୟୀମାନଙ୍କ ମଧ୍ୟରେ ରଚନା ଲେଖନରେ ଜୀତ ନାଏକ ପ୍ରଥମ, ଟୁକୁରାମ ବାଗ ଦ୍ୱିତୀୟ ଓ ପର୍ଶୁରାମ ନାଏକ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ବକ୍ତୃତାରେ ରଘୁନାଥ କାଣ୍ଡ ପ୍ରଥମ, ଉତ୍କଳ ହରିଜନ ଦ୍ୱିତୀୟ ଓ ତରୁଣୀ ରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସାଧାରଣ ଜ୍ଞାନରେ ତିଲୋତମା ବେହେରା ପ୍ରଥମ, ଜୀତ ନାଏକ ଦ୍ୱିତୀୟ ଓ ଭାରତୀ ନାଏକ ତୃତୀୟଏବଂ ଗୀତ ପ୍ରତିଯୋଗିତାରେ କୌଶଲ୍ୟା ଶବର ପ୍ରଥମ, ଟଗରସେନ ନାଏକ ଦ୍ୱିତୀୟ ଓ ପିଙ୍କି ପୁଝାରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅନୁଷ୍ଠାନରେ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କ ସହିତ ଏଆଇଏସଏଫ କଳାହାଣ୍ଡିର ଜିଲ୍ଲା ସଭାପତି ରାଜାରାମ ଡଙ୍ଗରି, ସହ-ସମ୍ପାଦକ ଡୋଲେଶ୍ୱର ଖମାରୀ, ଉପସଭାପତି ଲିଙ୍କନ ବାଗ, କାଉନସିଲ ସଦସ୍ୟ ନରେନ୍ଦ୍ର ନାଏକ ଓ ତ୍ରିଦେବ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଉତ୍ସବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ସଚେତନତା ଓ ସଂଗଠନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।