ଜଙ୍ଗଲ ଅଧିକାର ଆଇନ୍ ବଳରେ ସାପମୁଣ୍ଡିରେ ଚୂଡାନ୍ତ ଗ୍ରାମସଭା ଅନୁଷ୍ଠିତ ।

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ରବି ନାରାୟଣ ସିଂହ);
କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ କିଆପଦର ଗ୍ରାମ ପଞ୍ଚାୟତ ର ସାପମୁଣ୍ଡି ଗ୍ରାମ ଠାରେ ଜଙ୍ଗଲ ଅଧିକାର ଆଇନ ବଳରେ ବ୍ୟକ୍ତିଗତ ଦାବୀ ଓ ଗୋଷ୍ଠିଗତ ଦାବୀ ଅନୁମୋଦନ ପାଇଁ ଆଜି ଏକ ଚୂଡାନ୍ତ ଗ୍ରାମସଭା ପୂର୍ବ ବୈଠକର ନିଷ୍ପତି ଅନୁଯାୟୀ ସମସ୍ତ ସଂପୃକ୍ତ ବିଭାଗ କୁ ଚିଠି ପ୍ରେରଣ କରି ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଅନୁଷ୍ଠିତ ହୋଇ ଥିଲା । ପ୍ରଥମେ ଏକ ସଭା ସମିତିର ପାରମ୍ପାରିକ ପ୍ରଥା ଅନୁଯାୟୀ ଉପସ୍ଥିତ ଅତିଥି , ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଉକ୍ତ ପ୍ରକ୍ରିୟାକୁ ସମ୍ପାଦନା କରୁଥିବା ବିଜୟ ମାଝୀ । ଏବଂ ପ୍ରଦାନ ସଂସ୍ଥାର ବ୍ଲକ ସଂଯୋଜକ ମେହେର ନାଏକ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ ଜଣାଇ ଗ୍ରାମସଭା ସମ୍ପର୍କରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ନୀତି ନିୟମ ସମ୍ପର୍କରେ ଆଲୋକପାତ୍ କରିଥିଲେ । ଉକ୍ତ ଗ୍ରାମସଭା ରେ ୨୯ ଗୋଟି ବ୍ୟକ୍ତିଗତ ଦାବୀ ଓ ୩୪୯ ହେକ୍ଟର ଗୋଷ୍ଠୀ ଜଙ୍ଗଲ ଦାବୀ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ଏବଂ ଏହି ଅନୁମୋଦନ ଦାବୀ ଗୁଡ଼ିକୁ ଏକ ସପ୍ତାହ ମଧ୍ୟରେ ଉପଖଣ୍ଡ ସ୍ତରୀୟ କମିଟି ନିକଟରେ ଦାଖଲ କରାଯିବ ବୋଲି ଜଙ୍ଗଲ ଅଧିକାର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୫ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ଗ୍ରାମ ବସତି ସ୍ଥାପନ କରି ନିଜସ୍ଵ ମାଲିକାନା ରଇତି ଜମି ଅଭାବରୁ ଜଙ୍ଗଲ ଜମିକୁ ମରାମତି କରି ଜମିରେ ପରିଣତ କରି କିଛି ଶସ୍ୟ ଉତ୍ପାଦନ କରି ପରିବାରର କିଛି ମାସ ଖାଦ୍ୟ ଅଭାବ ମେଣ୍ଟାଇ ଥାନ୍ତି । ବହୁ ସଂଘର୍ଷ ପରେ ବାରମ୍ବାର ଦାବୀ ଜଣାଇଲା ପରେ ବି ଜଙ୍ଗଲ ଜମିର ଅଧିକାର ଏ ପର୍ଯ୍ୟନ୍ତ ମିଳିନାହିଁ । ଏବେ ମଧ୍ୟ ଜବର ଦଖଲକାରି ବୋଳି ଦୁର୍ନାମ ମୁଣ୍ଡେଇଥିବା ଏହି ସାପମୁଣ୍ଡି ଗ୍ରାମର ଦାବିଦାର ବୃନ୍ଦ ଆଜିର ଗ୍ରାମସଭା ପରେ ନିଜ ପରିଚୟ ଜାହିର କରିବା ଆଶାରେ ଉତଫଳିତ ହୋଇ ଉଠିଛନ୍ତି। ଜଙ୍ଗଲ ଅଧିକାର ଆଇନ ୨୦୦୬ ଲାଗୁହେବା ପରେ ବାରମ୍ବାର ଦାବୀ ଦାଖଲ କରିଥିଲେ ମଧ୍ୟ ସେ ସବୁ ଦାବୀ ଗୁଡ଼ିକ ସରକାରୀ ଅବହେଳା ରୁ ନାଲିଫିତା ତଳେ ଚାପି ହୋଇ ରହିଯାଇଛି । ସେ ଯାହହେଉ ଶେଷରେ ମୋ ଜଙ୍ଗଲ ଜମି ଯୋଜନା ପୂର୍ବ ସରକାର ସମୟରେ ଚାଲୁ ହେବାପରେ ଏବେ ଗ୍ରାମର ସୀମା ଚିହ୍ନଟ ପ୍ରକ୍ରିୟା ସରି ଗ୍ରାମସଭାରେ ଅନୁମୋଦନ ଲାଭ କରିଛି ଓ ଶେଷ ଗ୍ରାମସଭା ପର୍ଯ୍ୟାୟ ପର୍ଯ୍ୟନ୍ତ ଆସି ପାରିଛି ।
ଆଜିର ସଭାରେ କିଆପଦର ସରପଞ୍ଚ ଲଖିଧର ମାଝୀ ଉପସ୍ଥିତ ରହି ପୁରା ପ୍ରକ୍ରିୟାକୁ ପରିଚାଳନା କରିଥିଲେ । ସଭାରେ ଗ୍ରାମରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ଏବଂ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। , ରାଜସ୍ବ ନୀରକ୍ଷକ ଅଞ୍ଜନ କୁମାର ନାଏକ , କିଆପଦର୍ ର ବନପାଳ ବିଜୟ କୃଷ୍ଣ ଗୋପାଳ , ଜଙ୍ଗଲ ବିଭାଗ କର୍ମଚାରୀ ଶେଷଦେବ ନାଏକ , ପ୍ରଦାନ ସଂସ୍ଥା ର କର୍ମକର୍ତ୍ତା, ମାନଙ୍କ ମଧ୍ୟରୁ ଥୁଆମୂଲ ରାମପୁର ବ୍ଲକ ଦାୟିତ୍ଵ ରେ ଥିବା ବ୍ଲକ ସଂଯୋଜକ ମେହେର ନାଏକ , ଉକ୍ତ ଅଞ୍ଚଳର ପ୍ରଦାନ ସଂସ୍ଥା ର ଖେତ୍ରକର୍ମୀ ବିଜୟ ମାଝୀ , କିଆପଦର ପଞ୍ଚାୟତ ର ନାଏବ ସରପଞ୍ଚ ଶ୍ରୀମତୀ ରାଜକୁମାରୀ ସୁନାନି,ଆମଜଙ୍ଗଲ ଯୋଜନା କାର୍ଯ୍ୟକ୍ରମର ଟିମ୍ ଲିଡର ଶଶିକାନ୍ତ ହରପାଲ , DO ମୀନାକ୍ଷୀ ନାଏକ , ଅଞ୍ଚଳର ବରିଷ୍ଠ ସମାଜସେବୀ ରବି ନାରାୟଣ ସିଂହ, ଉକ୍ତ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ବଶିଷ୍ଠ ଶବର , ସମାଜସେବୀ ରଥ ଦୁରିଆ , ପାଖ ଗ୍ରାମ ତେନ୍ତୁଳିପଦର ଜଙ୍ଗଲ ଅଧିକାର କମିଟି ସଭାପତି ଯମାମାଝି, ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଚମାର ମାଝୀ , ଏ ଅଞ୍ଚଳର ସମାଜସେବୀ ରଞ୍ଜିତ କୁମାର ସିଂହ , ବଳରାମ ଦେଓ , ହୁର୍ଶିକେସ ପାତ୍ର ଙ୍କ ଉପସ୍ଥିତି ସହ ଉକ୍ତ ଗ୍ରାମ ଜଙ୍ଗଲ ଅଧିକାର କମିଟି ର ସଭାପତି ମେରୁ ମାଝୀ , ସମ୍ପାଦିକା ଶ୍ରୀମତୀ କନକ ମାଝୀ ସହିତ ସମସ୍ତ ଗ୍ରାମବାସୀ ସଭ୍ୟ ସଭ୍ୟା , ସମସ୍ତ ଦାବିଦାର ବୃନ୍ଦ ଆଖ ପାଖ ରୁ ଆସିଥିବା ଜଙ୍ଗଲ ଅଧିକାର କମିଟି ବୃନ୍ଦ, ଆଲୋଚନାରେ ଭାଗ ନେଇଥିଲେ , ଓ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଏହି ପ୍ରକ୍ରିୟା ଯଥାଶୀଘ୍ର ଏକ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିବ ଏବଂ ଗ୍ରାମବାସୀ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ନିଜ ନିଜ ଅଧିକାର ଶୀଘ୍ର ପାଇପାରିବେ ସେ ଦିଗରେ ପ୍ରଦାନ ସଂସ୍ଥା ର ମେହେର ନାଏକ ବୁଝାଇବା ସହ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।