କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ସଦର ମହକୁମା ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟଠାରେ ମଙ୍ଗଳବାର ସଂସ୍କୃତ ସପ୍ତାହ ପାଳନ ଏବଂ ଇନୋଭେସନ ଆଣ୍ଡ ଷ୍ଟାର୍ଟ ଅଫ୍ ୱର୍କ ସୋପର ଆୟୋଜନ କରାଯାଇଥିଲା। କଲେଜ ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅନୁଷ୍ଠିତ ସଂସ୍କୃତ ସପ୍ତାହର ମୁଖ୍ୟବକ୍ତା ଭାବେ ଜବାହର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ବନିତା ଦତ୍ତା ଯୋଗଦେଇଥିଲେ। ସେହିପରି ଇନୋଭେସନ ଆଣ୍ଡ ଷ୍ଟାର୍ଟ ଅଫ୍ ୱର୍କ ସୋପର ମୂଖ୍ୟବକ୍ତା ଭାବରେ ଦେବସ୍ମିତା ସାହୁ ଯୋଗଦେଇ ବିଭିନ୍ନ ଉଦ୍ୟୋଗିକ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ଜଗନ ଚନ୍ଦାନୀ ଷ୍ଟାର୍ଟ ଅଫ୍ ପ୍ରୋଜେକ୍ଟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଓଡ଼ିଆ ଅଧ୍ୟାପକ କେପଟେନ ଅଶ୍ବିନୀ ପଟ୍ଟନାୟକ ସଂସ୍କୃତ ଭାଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧ୍ୟାପକ ସୁବ୍ରତ କୁମାର ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପିକା ସୁଶ୍ରୀ ବେଦମୟୀ ବାରିକ, କନକ ମଞ୍ଜରୀ ବେହେରା, ଶୁଭଶ୍ରୀ ସହୁ ସମେତ ସମସ୍ତ କଲେଜ କର୍ମଚାରୀ ଉପସ୍ଥିତ ରହିଥିଲେ।