ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ନୂତନ ବିଜେଡି ଜିଲ୍ଲା ସଭାପତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି।ବାନେର ମାଁ ଡୋକରି ବୁଢ଼ୀ ମନ୍ଦିର ଠାରୁ ଏକ ବାଇକ ରେଲି ଶୋଭାଯାତ୍ରାରେ ଶ୍ରୀ ଦିଶାରୀଙ୍କୁ ସ୍ୱାଗତ କରି ହୀରାପୁର ପର୍ଯ୍ୟନ୍ତ ନିଆଯାଇଥିଲା।ଏଥିରେ ଅଞ୍ଚଳର ବହୁ ବିଜେଡି କର୍ମୀ, ମହିଳା ଓ ଜନସାଧାରଣ ସାମିଲ ହୋଇଥିଲେ। ଦିସାରୀ ବର୍ତ୍ତମାନ ଜିଲ୍ଲାରେ ବିଜେଡି ଦଳ ସଂଘଠନକୁ ମଜବୁତ କରିବା ସହ ଆଗାମୀ ଦିନରେ ପଞ୍ଚାୟତ ତଥା ସାଧାରଣ ନିର୍ବାଚନରେ ଦଳ କୁ ବିଜୟୀ କରିବା ଲକ୍ଷ ରହିବ ବୋଲି କହିଛନ୍ତି।ଅନ୍ୟପକ୍ଷରେ ବର୍ତ୍ତମାନ ମୋହନ ସରକାର ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସାଧାରଣ ଜନତା ଙ୍କ ଦାବି ଗୁଡ଼ିକୁ ବିଧାନସଭା ତଥା ବିଧାନସଭା ବାହାରେ ଉପସ୍ଥାପନ କରିବା ବୋଲି କହିଛନ୍ତି।ଶ୍ରୀ ଦିସାରୀ ଙ୍କୁ ଜିଲ୍ଲା ସଭାପତି ବୋଲି ଗୁରୁତ୍ତ୍ୱପୂର୍ଣ୍ଣ ଦାଇତ୍ୱ ଦେଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।