ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାରେ ପାଣି ମୋଟର ଚୋରି ନେଇ ଦଶ ଅଗଷ୍ଟରେ କେଶ୍ ନମ୍ବର ୧୭୭/୨୫ ରେ ମାମଲା ରୁଜୁ ହୋଇଥିଲା। ଏ ନେଇ ତେନ୍ତୁଳୀଖୁଣ୍ଟି ଆଇଆଇସି ପ୍ରଣବ କୁମାର ଟୁଡୁଙ୍କ ତତ୍ତ୍ୱାବଧାନରେ ତଦନ୍ତ ଅଧିକାରୀ ଏମ କିର୍ଶନି ବି ଏନ୍ ଏସ ଧାରା ୩୨୯(୩) ପି ୩୦୩ ମାମଲା କରି ତଦନ୍ତ କରୁଥିଲେ। ଏହି କ୍ରମରେ ଛଅଜଣଙ୍କୁ ଗିରଫ କରାଯିବା ସହ ଚୋରି ସାମଗ୍ରୀ ଜବତ କରାଯାଇଛି। ୬ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସାତ ଗୋଟି ପାଣି ମୋଟର ପମ୍ପ ଜବତ୍ କରିଛି ତେନ୍ତୁଳିଖୁଣ୍ଟି ପୋଲିସ ଗତ କିଛି ଦିନ ହେଲା ତେନ୍ତୁଳିଖୁଣ୍ଟି ଓ ଖାତିଗୁଡ଼ା ଥାନା ଅଞ୍ଚଳରେ ପାଣି ମୋଟର ପମ୍ପ ଚୋରି ନେଇ ଅଭିଯୋଗ ହୋଇ ଆସୁଥିଲା। ବିଗତ ଦିନରେ ନିର୍ମାଣ ସାଇଟ୍ରୁ ମୋଟର ପମ୍ପ ଆଦି ଚୋରି ଅଭିଯୋଗ ପରେ ତେନ୍ତୁଳିଖୁଣ୍ଟି ପୋଲିସ ସାମଗ୍ରୀ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।