ତେନ୍ତୁଳୀଖୁଣ୍ଟିରେ ତ୍ରିରଙ୍ଗା ଶୋଭାଯାତ୍ରା

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) :  ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନଜ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ନୋଡ଼ାଲ ବାପୁଜି ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବ୍ଲକ ଷ୍ଟାଫଙ୍କ ମିଳିତ ସହଯୋଗରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଥିଲା।ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ସବୁଘରେ ତ୍ରିରଙ୍ଗା, ସବୁଘରେ ସ୍ଵଛତା ର ବ୍ୟାନର ସହ ପ୍ରଥମେ ବିଦ୍ୟାଳୟ ପରିସର ଠାରୁ କୂର୍ମାକୋଟ ଛକ ପୁଣି ତେନ୍ତୁଳିଖୁଣ୍ଟି ଗ୍ରାମ ପରିକ୍ରମା କରିଥିଲେ।ଏହି ଶୋଭାଯାତ୍ରାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କ ଉତ୍ସାହିତ ପାଇଁ ପ୍ୟାରେଡ଼ ଡ୍ରମ ବଜାଇବା ସହ ତ୍ରିରଙ୍ଗା ହାତରେ ଧରି ପରିକ୍ରମା କରିଥିଲେ।ଅନ୍ୟ ପକ୍ଷରେ ରାଲି ମୁଖ୍ୟ ସଂଗ୍ରାମ କିଶୋର ସିଂହ, ଆଶିଷ କୁମାର ଟାକ୍ରି ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଦାଇତ୍ୱ ସୁବାଷ ଚନ୍ଦ୍ର ନାୟକ,ସୁଦର୍ଶନ ହରିଜନଙ୍କ ଦାଇତ୍ୱରେ ତେନ୍ତୁଳିଖୁଣ୍ଟି ଜୋନ ୧ରେ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ତତ୍ୱାବଧାନରେ ସମସ୍ତ ଭାରତୀୟ ଜନତା ପାର୍ଟିର ସଦସ୍ୟ ଏବଂ ସାଧାରଣ ଜନତାଙ୍କ ସହ ଏକ ବାଇକ ରାଲି ଇନ୍ଦ୍ରାବତୀ ଠାରୁ ତେନ୍ତୁଳି ଗଛ ଛକ ପର୍ଯ୍ୟନ୍ତ କରାଯାଇଥିଲା।ଏହି ରାଲିରେ ଆଉଳିଗୁମା ଆସାମ ରାଇଫଲର ସୈନିକ ମୋନଜ କୁମାର ବିଷୋୟୀଙ୍କୁ ସଂମାନିତ କରିବା ସହ ସହିଦ ଲକ୍ଷଣ ନାୟକ ପ୍ରତିମୂର୍ତ୍ତି ଏବଂ ତେନ୍ତୁଳିଖୁଣ୍ଟି ଥାନା ପରିସର ସଫାଇ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତ୍ରିରଙ୍ଗା ଶୋଭାଯାତ୍ରା ସହ ଲୋକଙ୍କୁ ସ୍ୱଚ୍ଛତାର ବାର୍ତା ଦେଇଥିବା ଦେଖାଯାଇଥିଲା