ସଡ଼କ ଦୁର୍ଘଟଣା ; ଜଣେ ମୃତ ଜଣେ ଗୁରୁତର

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଓସିସି ବ୍ରିଜ ନିକଟସ୍ଥ ଡ଼ାଲଖାଇ ଛକ ନିକଟରେ ବୁଧବାର ସକାଳେ ଦୁଇଟି ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁଇ ଜଣ ଗୁରୁତର ଥିବାରୁ ପ୍ରଥମେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସୂଚନା ମୁତାବକ ଖାତିଗୁଡା ଗ୍ରାମର ସୋମବାରୁ ଗୌଡ଼ (୬୧) ନିଜ ମକା ଜମିକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମୋଟର ସାଇକେଲରେ ଦୁହେଁ ଧକ୍କା ହୋଇଥିଲେ। ଫଳରେ ରାସ୍ତାରେ ଛିଟିକି ପଡିଥିଲେ ସୋମବାରୁ ଗୌଡ଼। ଘଟଣା ସ୍ଥଳରେ ଯାତାୟତ କରୁଥିବା ଜନସାଧାରଣ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ତେନ୍ତୁଳିଖୁଣ୍ଟି ପଠେଇ ଥିଲେ ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଥିଲେ। ନବରଙ୍ଗପୁର ଠାରେ ଚିକିତ୍ସା ଧୀନ ଅବସ୍ଥାରେ ସୋମବାରୁଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ଏହାକୁ ନେଇ ଖାତିଗୁଡା ପୋଲିସ ନବରଙ୍ଗପୁର ଚିକିତ୍ସାଳୟରେ ପହଞ୍ଚି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। କେଶ ନମ୍ବର ୯୨/୨୫ ହୋଇଥିବା ବେଳେ ଅପମୃତ୍ୟୁ ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ଖାତିଗୁଡା ପୋଲିସ । ସୋମବାରୁ ଗୌଡ଼ କିଛି ମାସ ତଳେ ସରକାରୀ ବୃତ୍ତିରୁ ଅବସର ଗ୍ରହଣ କରିଥିଲେ। ଏବଂ ଖାତିଗୁଡା ଗ୍ରାମର ଚଳାନ (ଗ୍ରାମ ସେବାକାରୀ) ସେ କାର୍ଯ୍ୟ କରୁଥିଲେ। ଗ୍ରାମର ଛୋଟବଡ଼, ଭଲମନ୍ଦ, ଜାନିଯାତ୍ରା କାର୍ଯ୍ୟ କରୁଥିଲେ ସୋମବାରୁ ଆଜି ଦୃଘଟଣାରେ ମୃତ୍ୟୁବରଣ କରିଥିବାରୁ ଗାଁ ରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ପରିବାର କହିଲେ କେବଳ ତାଙ୍କ ସ୍ତ୍ରୀ । ଗାଁ ଲୋକେ ଓ ସାହି ପଡୋଶୀଙ୍କ ସହଯୋଗରେ ଶବ ଦାହ କରାଯାଇଥିବା ଦେଖିବାକୁ ମିଳିଥିଲା।