ମନ୍ତ୍ରୀଙ୍କ କର କମଳରେ ବିଜେପିର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଦେଶ ୭୯ ତମ ସ୍ବାଧିନତା ଦିବସ ପାଳନ କରୁଥିବା ବେଳେ ଏହି ଅବସରରେ କେସିଙ୍ଗା ବିଜେପି ପକ୍ଷରୁ କେସିଙ୍ଗା ବିଜେପି ପାର୍ଟି ପାଇଁ ଏକ ନୂତନ ଅଫିସ ଗୃହ ସ୍ଥାନୀୟ ଚିରଞ୍ଜିବୀ ସିନେମା ହଲ ପାଖ କଳ୍ପନା କପଡ଼ା ଦୋକାନ ଉପରେ ଉଦ୍ଘାଟନ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ନୂତନ ଅଫିସ କାର୍ଯ୍ୟାଳୟକୁ ଉଦ୍ଘାଟନ କରି ନିଜ ଅଭିଭାଷଣରେ ବିଜେପି କର୍ମୀ ମାନଙ୍କୁ ସଂଗଠିତ ହେବା ପାଇଁ ଆହ୍ୱାନ ଦେବା ସହିତ ପୂର୍ବତନ ନଗରପାଳ ରୋହିତ ଭୋଇ ଙ୍କୁ ସ୍ଵଇଚ୍ଛା ରେ ନିଜର ଘର ଦେଇଥିବାରୁ ଶ୍ରୀ ଭୋଇ ଙ୍କୁ ମନ୍ତ୍ରୀ ବିଶେଷ ଧନ୍ୟବାଦ୍ ଜଣାଇ ଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କଳାହାଣ୍ଡି ସାଂସଦ ମାଳବିକା ସିଂଦେଓ,ଜିଲ୍ଲା ବିଜେପି ସଭାପତି ଯୁଗଳ ପୋଢ଼, ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ବିଜେପି ବରିଷ୍ଠ ନେତା ଭବାନୀ ଶଙ୍କର ନୀଆଲ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ,ପୂର୍ବତନ ନଗରପାଳ ସରିତା ସିନ୍ଦୁର ଓ ରୋହିତ ଭୋଇ,କେସିଙ୍ଗା ଟାଉନ ବିଜେପି ସଭାପତି ପୀଙ୍କୁ ପରିଡ଼ା, ସମ୍ପାଦକ ଯୁଗଳ କିଶୋର ଦୀପ, ପୂର୍ବତନ ସଭାପତି ମଗନ ସିନ୍ଦୁର ଓ ପ୍ରଶାନ୍ତ ବାନାର୍ଜୀ, ବସନ୍ତ କୁମାର ପୁରୋହିତ, ଗୋବିନ୍ଦ ବନଛୋର, ଧରଣୀଧର ନାଏକ, ପ୍ରୀତେଶ ପଟେଲ, ବିର୍ଧି ଅଗ୍ରୱାଲ ଓ ବିଶ୍ବହିନ୍ଦୁ ପରିଷଦ ଉପ ସଭାପତି ଶଙ୍କରଲାଲ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।