କେସିଙ୍ଗାର ବିଭିନ୍ନ ସ୍ଥାନରେ ସ୍ଵାଧୀନତା ଦିବସ ପାଳନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ମଧୁସୂଦନ ଠାକୁର) :କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ ଏ ସି ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସତ୍ବେ ମହା ଆଡ଼ମ୍ବରରେ ୭୯ ତମ ସ୍ବାଧିନତା ଦିବସ ପାଳନ ହୋଇ ଯାଇଛି।କେସିଙ୍ଗା ବ୍ଲକ ରେ ବିଡ଼ିଓ ଜନ୍ମେଜୟ ସ୍ୱାଇଁ,ଏନ୍ ଏ ସି ରେ ଅଧ୍ୟକ୍ଷ ନୃପରାଜ ଯାଦବ, ପୋଷ୍ଟ ଅଫିସ ରେ ଝସ କେତନ ତ୍ରିପାଠୀ,ବାଳିକା ଉଚ୍ଚ ବିଦ୍ୟାଳୟରେ ସମୀର ବେହେରା,ଏଲ ଆଇ ସି ଅଫିସ ରେ ଶାଖା ପରିଚାଳକ,ଷ୍ଟେଟ ବ୍ୟାଙ୍କ ରେ ଶାଖା ପରିଚାଳକ ଲିଙ୍ଗରାଜ ମହାନନ୍ଦ, ବିଜେପି କାର୍ଯ୍ୟାଳୟରେ ,ଇଗଲ ଛକ ଠାରେ ବିଜେଡି ସଭାପତି ରମେଶ ଚନ୍ଦ୍ର ପଟ୍ଟନାୟକ,କଂଗ୍ରେସ ପାର୍ଟି ଅଫିସ ରେ ସଭାପତି ସୁଭାଷ ଜୈନ ପ୍ରମୁଖ ପତାକା ଉତ୍ତୋଳନ କରିଥିବା ବେଳେ ଜେନେରାଲ ଫ୍ଲାଗ ୱେଷ୍ଟିଙ୍ଗ ସ୍ଥାନୀୟ ବିଦ୍ୟାପୀଠ ଖେଳ ପଡିଆ ଠାରେ ନଗରପାଳ ପତାକା ଉତ୍ତୋଳନ କରିଥିଲେ ସେହିପରି କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ମାଁ କାଳୀ ଫୋଟୋ ଷ୍ଟୁଡିଓ ପାଖରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସଂଘ ସଭାପତି ସୁଶାନ୍ତ ମହାପାତ୍ର ପତାକା ଉତ୍ତୋଳନ କରିଥିବା ବେଳେ ସଂଘ ର କାର୍ଯ୍ୟକାରୀ ସଭାପତି ଦୟାନିଧି ସୁନାନୀ, ମଧୁ ସିନ୍ଦୁର ,ପ୍ରିତେଶ ପଟେଲ, ସଂଗ୍ରାମକେଶରୀ ଦେଓ,ମଧୁସୂଦନ ଠାକୁର, ବିବେକ ଦାସ, ତେଜରାଜ୍ ସାହୁ,ମାଧବ ସାହୁ, ଜନକ ପୋଢ଼ ପ୍ରମୁଖ ଉପସ୍ଥିତ ଥିଲେ।