ଜୟପାଟଣା ଠାରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ଚିତ୍ରସେନ ବାଗ): ଆଜି ସାରା ଦେଶ ପାଳନ କରୁଛି ୭୯ ତମ ସ୍ୱାଧୀନତା ଦିବସ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଉମାଶଙ୍କର ହାଇସ୍କୁଲ ପଡିଆ ଠାରେ ବ୍ଳକ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ସାମିଲ ହୋଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପଡିଆରେ ଉପସ୍ଥିତ ଜନ ସାଧାରଣଙ୍କୁ ଉଦବୋଧନ ଦେବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ଦେଶ କୁ ସ୍ୱାଧୀନ କରିବାରେ ସହିଦ ହୋଇଥିବା ବୀର ଜବାନ ମାନଙ୍କୁ ମନେ ପକାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀ,ଏବିଇଓ ସୁରେନ୍ଦ୍ର କୁମାର ଯୋଶୀ, ସ୍କୁଲ ପ୍ରଧାନ ଶିକ୍ଷକ ବିକ୍ରମ ମାଝୀ,ଗଙ୍ଗାଧର ମାଝୀ ଓ ଦିଲୀପ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ଅନେକ ସ୍କୁଲର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ ରେ ଭାଗ ନେଇଥିଲେ।