ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଆଜି ୭୯ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି।ବ୍ଲକ ମୁଖ୍ୟାଳୟ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା,ଶିକ୍ଷାଧିକାରୀ କାର୍ଯ୍ୟାଳୟ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଣୀ ଚିକିତ୍ସାଳୟ, ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ, ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ, ବ୍ୟାଙ୍କ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବିଭିନ୍ନ ସ୍କୁଲ କଲେଜ, ଅଙ୍ଗନବାଡି କେନ୍ଦ୍ର ସମେତ ବ୍ଲକର ୨୪ ଗୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଜାତୀୟ ପତାକା ଉତ୍ତୋଳନ ହୋଇଛି।ଏହି ଅବସରରେ ଥୁଆମୂଳ ରାମପୁର ସ୍ଥିତ ଜେ.ଏମ୍.ଏଫ୍.ସି ପରିସରରେ ମଧ୍ୟ ଏହି ଦିବସକୁ ଧୁମଧାମର ସହିତ ପାଳନ କରାଯାଇଛି। ମାଜିଷ୍ଟ୍ରେଟ ତାରିଣୀ ପ୍ରସାଦ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କୋର୍ଟ ର ମୁଖ୍ୟ କିରାଣୀ ଅଶୋକ ସାହୁ ଏବଂ କୋର୍ଟ କର୍ମଚାରୀଙ୍କ ସମେତ ଆଇନଜୀବୀ ମନୋରଞ୍ଜନ ନାଏକ ଏବଂ ପ୍ରିୟଙ୍କା ମାଝୀ ଉପସ୍ଥିତ ଥିଲେ।ଏହାପରେ ସ୍ଥାନୀୟ ମା ମାଣିକେଶ୍ବରୀ ମନ୍ଦିର ପରିସରରେ ବନ ବିଭାଗ ଦ୍ବାରା ଆୟୋଜିତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋର୍ଟ ର ମୁଖ୍ୟ କିରାଣୀ ଅଶୋକ ସାହୁ, ଆଇନଜୀବୀ ଦିଲ୍ଲୀପ କୁମାର ନାଏକ, ଆଇନଜୀବୀ ମନୋରଞ୍ଜନ ନାଏକ, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ,ହରେକୃଷ୍ଣ ପଣ୍ଡା, ସତୃଘନ ଗହୀର, କୃଷ୍ଣଚନ୍ଦ୍ର ପରିଚ୍ଛା, କର୍ତ୍ତବ୍ୟ ସଂସ୍ଥାର ସଂଯୋଜକ ସନ୍ତୋଷ ଦାଶ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ।ସ୍ଥାନୀୟ ବନାଞ୍ଚଳ ଅଧିକାରୀ ତ୍ରିନାଥ ସେଠିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫରେଷ୍ଟର,ଫରେଷ୍ଟ ଗାର୍ଡଙ୍କ ସମେତ ବନ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।