ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଠାରେ ଦନ୍ତେଶ୍ୱରୀ ଯୁବ ସଂଘ୍ ବେହେରା ତରଫରୁ ୭୯ ସ୍ଵାଧୀନତା ଦିବସ ପାଳିତ ହୋଇଛି। ସଂଘର ସଭାପତି କିରଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସମାଜସେବୀ ସୁନିଲ ଅଗ୍ରୱାଲ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଡାକ୍ତର ମଳୟ ତାଣ୍ଡି, ପୂର୍ବତନ ଚେୟାର ମେନ୍ ବଳରାମ ପୁଝାରୀ, ଘନଶ୍ୟାମ ପଟେଲ, ଈଶ୍ୱର ଲାଲ ଅଗ୍ରୱାଲ, ପ୍ରଶାନ୍ତ ତିୱାରୀ, ହେମନ୍ତ ନାଏକ ପ୍ରମୁଖ ଯୋଗଦେଇଥିଲେ। ଏହି କ୍ରମରେ ମାରାଥନ ପ୍ରତିଯୋଗିତା ହେଇଥିଲା । ଉକ୍ତ ମାରାଥନରେ ପ୍ରଥମ୍ ପୁରସ୍କାର ପଙ୍କଜ ରଣା, ବ୍ଲକ କର୍ଲାମୁଣ୍ଡା, ଦ୍ଵିତୀୟ ଲାଲୁ ବନ୍ଦିଛୋଡ, ତୃତୀୟ ଚୁଡ଼ାମଣି ଛତ୍ରିଆ ଜେପି ଏକାଡେମୀ ଭବାନୀପାଟଣା, ଚତୁର୍ଥ ନେତ୍ରମଣି ଶବର କେସିଙ୍ଗା, ଚାରିଜଣ ଉତ୍ତୀର୍ଣ୍ଣ ହୋଇଥିଲେ। ଆମପାଣି ଥାନା ଓ କୋକସରା ଥାନା ପୋଲିସ କର୍ମଚାରୀ ମାନେ ମୂତୟନ ଥିଲେ। ଏହି କ୍ରମରେ ଦଣ୍ଡପାଟର ରକ୍ତବୀର ମାନଙ୍କୁ ସମ୍ମାନିତ କରାଗଲା ଏଥିରେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଷ୍ଟାଫ ସହଯୋଗ କରିଥିଲେ। ବେହେରା ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ। ଦନ୍ତେଶ୍ୱରୀ ଯୁବସଂଘର ସମ୍ପାଦକ ଗଗନ ନାଏକ, ସହ ସମ୍ପାଦକ ଜିତ୍ ନାଏକ, ଭାଗରଥି ପଟେଲ, ସାହିଲ ନାଏକ, ଟୁନା ପଟେଲ, କ୍ଷୀରୋଦ ନାଏକ, ବିରନ୍ ନାଏକ, ଟଙ୍କ ପଟେଲ, କ୍ରିଷ୍ଣା ଲହଜଲ୍ ସୁରେଶ ପଟେଲ, ବିରଞ୍ଚି ଗୋପାଳ, ଟଙ୍କ ରଣା ପ୍ରମୁଖ ଉପସ୍ଥିତ ଥିଲେ।