ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅନ୍ତର୍ଗତ ଗୌଡ଼ପଡା ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଗତ କାଲି ସମସ୍ତ ନୀତି କାନ୍ତି ସହିତ ଶ୍ରଦ୍ଧାଳୁ ଓ ବ୍ରତଧାରୀଙ୍କ ଉପସ୍ଥିତିରେ ପାଳିତ ହୋଇ ଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଭଗବାନ ଭୋଇ, ଉପ ସଭାପତି ଦେବେନ୍ଦ୍ର ପୋଡ, ସମ୍ପାଦକ ପ୍ରଶାନ୍ତ ମହାରଣା, ପୂଜା ମୁଖ୍ୟ ଶ୍ରୀଯୁକ୍ତ ଭଗବତ ଘିଭେଲା, ତ୍ରିଲୋଚନ ଦାସ, ସୋମନାଥ ଦାସ,ଜୟ ହାତୀ, ପ୍ରକାଶ ଚନ୍ଦ୍ର ସାହୁ ଓ ସୁନ୍ଦର ସିଂ ପୋଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୂଜାକାର୍ଯ୍ୟ ଓ ଭଜନ କୀର୍ତ୍ତନ ହୋଇଥିଲା। ଆଜି ପବିତ୍ର ନନ୍ଦ ଉତ୍ସବ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ନିତିକାନ୍ତି ସହିତ ସମ୍ପନ୍ନ ହୋଇଛି। ତାପରେ ଦିବା ୧୧.୩୦ ମିନିଟ ସମୟରେ ମନ୍ଦିର ପରିସରରେ ରାଧାକୃଷ୍ଣ ମନ୍ଦିର ସ୍ମରଣିକା ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କଲେଜ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ରାଜା ଶ୍ରୀଯୁକ୍ତ ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସାହିତ୍ୟିକ ତଥା ସୁସଂଗଠକ ଶ୍ରୀଯୁକ୍ତ ପଦ୍ମଲୋଚନ ମିଶ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଭଗବାନ ଭୋଇ ଓ ସଭା ସଂଯୋଜକ ତଥା ସଂଚାଳକ ଅନୁଷ୍ଠାନର ପୂର୍ବତନ ସମ୍ପାଦକ ତଥା ସମାଜ ସେବୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ମଞ୍ଚାସିନ ହୋଇଥିଲେ। ସ୍ମରଣିକା ସମ୍ପାଦନା ମଣ୍ଡଳୀର ମୁଖ୍ୟ ତଥା ପୂର୍ବତନ ସଭାପତି ଶ୍ରୀଯୁକ୍ତ ଗୋକୁଳ ଭୋଇ ସମସ୍ତଙ୍କ ଅବଗତି ପାଇଁ ସ୍ମରଣିକା ର ଉଦ୍ଦେଶ୍ୟ ଓ ମୁଖବନ୍ଧ ବିଷୟରେ ସୂଚନା ପ୍ରଦାନ କରିଥିଲେ। ତାପରେ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ପାଖରେ ପୂଜାର୍ଚ୍ଚନା କରି ତାଙ୍କ ଶ୍ରୀ ଚରଣରେ ସମର୍ପଣ କରି ମଞ୍ଚାଷିନ ଅତିଥି ମାନଙ୍କ ଦ୍ଵାରା ସ୍ମରଣିକାର ଶୁଭ ଉନ୍ମୋଚନ ହୋଇଥିଲା। ଆମନ୍ତ୍ରିତ ଅତିଥି ମାନେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର, ପଡାର ଇତିହାସ ତଥା ସଂସ୍କୃତି ଓ ସ୍ମରଣିକା ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ୩ ପଡାର ଆବାଳ ବୃଦ୍ଧ ବନିତା ଯୋଗ ଦେଇଥିଲେ। ଗୋକୁଳ ଭୋଇ, କୀର୍ତ୍ତନ ଘୀଭେଲା, ଦେବେନ୍ଦ୍ର ପୋଡ଼, ରାମ ସିଂ ପୋଡ଼,ଜୟ ହାତୀ, ଅନାଦି ଭୋଇ, ସୋମ ନାଥ ସାହୁ, ଆଲୋକ ବେହେରା, ସୁନ୍ଦର ସିଂ ପୋଡ଼, ପୁଟୁନ ମହାରଣା, ଶିବ ରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ପ୍ରଶାନ୍ତ କୁମାର ମହାରଣା ମଞ୍ଚାଷୀନ ଅତିଥି ତଥା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂଯୋଜକ ପ୍ରକାଶ ଚନ୍ଦ୍ର ସାହୁ ସମସ୍ତ ଭକ୍ତ ଓ ପଡା ବାସୀ ଙ୍କୁ ଅନ୍ନ ପ୍ରସାଦ ସେବନ କରିବା ପାଇଁ ନିବେଦନ କରିବା ସହିତ ସଭା ସାଙ୍ଗ ପାଇଁ ସଭାପତିଙ୍କୁ ଅନୁରୋଧ କରିଥିଲେ।