ଶିକ୍ଷା ବ୍ୟବସ୍ଥା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଧର୍ମଗଡ ବ୍ଲକ ଗଡିଆଜୋର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ତାଳୁକ ଆଇନ ସେବା ସମିତି ପକ୍ଷରୁ ଶିକ୍ଷା ବ୍ୟବସ୍ଥାକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ସରକାରୀ ଓକିଲ ଧୀରେନ୍ଦ୍ରନାଥ ପାତ୍ର, ବରିଷ୍ଠ ଆଇନଜୀବୀ ତଥା ସଦସ୍ୟ ତାଳୁକ ଆଇନ ସେବା ସମିତି, ମିହିର ରଞ୍ଜନ ପଟ୍ଟଯୋଶୀ, ପାନେଲ ଓକିଲ ସଂଯୁକ୍ତା ପଣ୍ଡା, ସି.ଆର.ସି.ସି ଖଟଲୁଗୁଡା ଲୋକେଶ୍ୱର ପାରି, ସରପଞ୍ଚ ଗଡିଆଜୋର ଉଦିତ କୁମାର ନାଏକ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନୀ ମାଝୀ ମଞ୍ଚାସିନ ହୋଇଥିଲେ। ଆଜିର ଶିଶୁ କାଲିର ଭବିଷ୍ୟତ, ଶିଶୁ ଟିଏ ଶିକ୍ଷିତ ହେଲେ ଭବିଷ୍ୟତରେ ନିଜର ତଥା ଦେଶର ପ୍ରଗତି ଓ ବିକାଶ ହୋଇପାରିବ ଏଣୁ ନିଜ ପିଲାମାନଙ୍କୁ ଉଚିତ ତଥା ଉଚ୍ଚ ଶିକ୍ଷା ଦେବା ପାଇଁ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟ ରେ କହିଥିଲେ। ମୁଖ୍ୟ ବକ୍ତା ଶ୍ରୀମାତୀ ମାଝୀ ଅଧାରୁ ପାଠ ଛାଡି ଥିବା, ଆଦୌ ନାମ ନ ଲେଖାଇ ଥିବା ଏବଂ ଵିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷା ର ମୁଖ୍ୟସ୍ରୋତରେ କିଭଳି ଆମେ ସାମିଲ କରିବା ଏବଂ ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ବାପା, ମା ଏବଂ ଅଭିଭାବକ ଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ ସେ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ବୁଝାଇଥିଲେ। ସଭାକୁ  ସଂଯୁକ୍ତା ପଣ୍ଡା ପରିଚାଳନା କରିଥିବା ବେଳେ ସିଆରସିସି ଶ୍ରୀ ପାରି ଧନ୍ୟବାଦ ଅର୍ପଣ କରିଥିଲେ।