ଜୟପାଟଣାରେ ଯାଦବ ସମାଜ ପକ୍ଷରୁ ନନ୍ଦୋତ୍ସବ ପାଳିତ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣାଠାରେ ଯାଦବ ସମାଜ ପକ୍ଷରୁ ମହାସମାରୋହରେ ଜନ୍ମାଷ୍ଟମୀ ପାଳିତ ହୋଇଛି। ସ୍ଥାନୀୟ ଯାଦବ ଭବନଠାରେ ଶୁକ୍ରବାର ରୀତିନୀତି ଅନୁଯାୟୀ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀରେ ପୂଜାର୍ଚ୍ଚନା ହୋଇଥିଲା। ଆଜି ନନ୍ଦଉତ୍ସବରେ ଶ୍ରୀକୃଷ୍ଣଙ୍କୁ ଧରି ନଗର ପରିକ୍ରମା କରିଛନ୍ତି ନନ୍ଦ ଯଶୋଦା। ଏଥିରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିବାବେଳେ ଜୟପାଟଣା ସହରରଜ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି କ୍ରମରେ ଯାଦବ ଭବନ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ରାଜବାଟି ଛକ, ଦୁର୍ଗା ମଣ୍ଡପ ଦେଇ ସହର ପରିକ୍ରମା କରାଯାଇଥିଲା। ଏଥିର ଯାଦବ ମାନଙ୍କ ପାରମ୍ପରିକ ନୃତ୍ୟ ବନା ବାଡ଼ି ସହ ଡିଜେ, ବାଜା, ହୁଳହୁଳିରେ କମ୍ପିଉଠିଥିଲା ସହର। ପୂଜା କର୍ତ୍ତାକର୍ତ୍ତି ଭାବରେ ଦୀପକ ରାଉତ ଓ ତାଙ୍କ ଧର୍ମପତ୍ନୀ କାର୍ଯ୍ୟ ତୁଲାଇଥିଲେ। ବ୍ଲକ ସଭାପତି ଶତ୍ରୁଘ୍ନ ରାଉତ ସମେତ ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ।