କଳାହାଣ୍ଡିରେ ଦେଶୀମଦ ଉପରେ ଚଢ଼ାଉ ; ୪ ଗିରଫ

ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ ନିର୍ମିତ ଦେଶୀ ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଅବକାରୀ ବିଭାଗ ଓ ପୁଲିସ ଏପିଆର ଫୋର୍ସ ପକ୍ଷରୁ ମିଳିତଭାବେ ମାଜିଷ୍ଟ୍ରେଟ ସହିତ ଜୁନାଗଡ଼ ଥାନାର ରଣପୁର ଓ ଏକନାଗୁଡା ଗ୍ରାମରେ ବେଆଇନ ମଦ ରନ୍ଧା ଯାଉଥିବା ଅଭିଯୋଗ ଯୋଗରେ ଚଢାଉ କରାପାଇଥିଲା। ଚଢ଼ାଉ ବେଳେ ସେଠାରୁ ୧୦୯୦ ଲିଟର ହାତରନ୍ଧା ଦେଶୀମଦ, ଶୀମଦ,୩୫୦୦ କେଜି ମହୁଲ ପୋଚ, ୪ ଟି ଆଲୁମିନିୟମ ହାଣ୍ଡି ସହିତ ୪୦ ଟି ପ୍ଲାଷ୍ଟିକ ଡ୍ରମ ଜବତ କରାଯାଇଥିଲା। ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥ‌ିବା ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ ଟି ମାମଲା ରୁଜୁ ହୋଇଛି। ଗ୍ରାମାଞ୍ଚଳରେ ବ୍ୟାପକ ମାତ୍ରାରେ ବେଆଇନ ଭାବରେ ମଦ ନିର୍ମାଣ ହେଉଥ‌ିବା ବେଳେ ଆଜିର ଚଢ଼ାଉ ଏମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବ। ତେବେ କେବଳ ଗୋଟିଏ ଚଢ଼ାଉ ରେ ବିଭାଗ ଖୁସି ନହୋଇ ବାରମ୍ବାର ଏଭଳି ଚଢ଼ାଉ କରିବାକୁ ଦାବି ହେଉଛି।