କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଲମପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଓ ଲଖିରାମ ଫୁଏଲ ପେଟ୍ରୋଲ ପମ୍ପ ନିକଟରେ ଅଞ୍ଚଳବାସୀଙ୍କ ପାଇଁ ମାତ୍ର ଦୁଇଟି ଏଟିଏମ ଅବସ୍ଥାପିତ ହୋଇଛି। ଏହି ଦୁଇଟି ଏଟିଏମରେ ପରିଚାଳନା କରୁଥିବା ସଂସ୍ଥା ଟଙ୍କା ଜମା ନ କରିବାରୁ ଟଙ୍କା ଉଠାଣ ପାଇଁ ଆସି ଗ୍ରାହକ ମାନେ ଏଟିଏମରେ ଟଙ୍କା ନ ଥିବାରୁ ନିରାଶରେ ଫେରି ଯାଉଛନ୍ତି। ଏଭଳି ପରିସ୍ଥିତି ପ୍ରାୟ ଏକ ସପ୍ତାହରୁ ଉର୍ଦ୍ଧ ହେବ ଲାଗି ରହିଥିଲେ ମଧ୍ୟ ପରିଚାଳନା କରୁଥିବା ସଂସ୍ଥା ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଗ୍ରାହକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ଚାଷୀ ମାନେ ରୁଆ ବେଉଷା କରୁଥିବା ବେଳେ ମଜୁରି ଟଙ୍କା ଦେବାକୁ ଅସୁବିଧା ଭୋଗୁଛନ୍ତି, ଆଗକୁ ଗଣେଷ ପୂଜା ସହିତ ନୂଆଁଖାଇ ପର୍ବ ଆସୁଥିବା ବେଳେ ଏଟିଏମ ଧାରୀଙ୍କ ଏପରି ଅବ୍ୟବସ୍ଥା ଯୋଗୁଁ ହନ୍ତସନ୍ତ ହେଉଛନ୍ତି, ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଏଟିଏମ ଧାରିଙ୍କ ମହଳରେ ଦାବି ହେଉଛି।