ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ସି.ଆର୍.ସି.ସି ଝାଜରୁ ମାଝୀଙ୍କ ଆଜି ଦେହାନ୍ତ ହୋଇଯାଇଛି। ତାଙ୍କର ଏମିତି ହଠାତ ଦେହାନ୍ତ ଖବର ଅଞ୍ଚଳ ବାସୀଙ୍କୁ ସ୍ତବ୍ଧ କରିଦେଇଛି। ଡାକକୋଟା ଗ୍ରାମର ଝାଜରୁ ମାଝୀଙ୍କ ହଟାତ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଉଥିଲେ। ହଟାତ କିଆପଦର ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଶୋକାକୂଳ ପରିବେଶ ମଧ୍ୟରେ ଗ୍ରାମର ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା। ବର୍ତ୍ତମାନ ତାଙ୍କ ଘରେ ସ୍ତ୍ରୀ ଦୁଇପୁଅ ଓ ଗୋଟିଏ ଝିଅ ଥିବା ବେଳେ ତାଙ୍କ ମୃତ୍ୟୁ ପରେ ପାରିବାର ଲୋକେ ଭାଙ୍ଗି ପଡିଛନ୍ତି। ଘରେ ଜଣେ ମାତ୍ର ମୁରିବୀ ଥିବା ବେଳେ ଏବେ ଝାଜରୁ ମାଝୀଙ୍କ ମୃତ୍ୟୁ ନେଇ ପରିବାର ମଧ୍ୟରେ ଦୁଃଖର ପାହାଡ଼ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ସ୍ୱର୍ଗତ ଝାଜରୁ ମାଝୀ ଜଣେ ମେଳାପୀ ଓ ଦକ୍ଷ ଶିକ୍ଷକ ଥିଲେ । ଏଥିସହିତ ତାଙ୍କ ନେତୃତ୍ୱରେ ହିଁ ଗ୍ରାମରେ ଯୁବକ ମାନଙ୍କୁ ନେଇ ସ୍ବାମୀ ବିବେକାନନ୍ଦ ଯୁବ ଅନୁଷ୍ଠାନ ନାମରେ ଏକ ସଂଘ ଗଠନ ହୋଇଥିଲା। ତାଙ୍କର ବିୟୋଗରେ ଶିକ୍ଷା ବିଭାଗ ସହିତ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି।