କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ ( ମଧୁସୂଦନ ଠାକୁର) : ଆସନ୍ତା ୨୩ ତାରିଖ ଦିନ ଦ୍ୱିପ୍ରହରରେ ସ୍ଥାନୀୟ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ପରିସରରେ ଅଞ୍ଚଳର ରାଜନେତା ବୁଦ୍ଧିଜିବୀ, ସଚେତନ ନାଗରିକ ଓ ସାମ୍ବାଦିକ ମାନଙ୍କୁ ନେଇ କେସିଙ୍ଗା ବିକାଶରେ କାହାର ଭୂମିକା କେତେ ରହିଛି ସେହି ବିଷୟ ଉପରେ ଏକ ଖୋଲା ମଞ୍ଚ ଆଲୋଚନା ଓ ତର୍କ ବିତର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ସତ୍ୟର ସ୍ୱର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ଦେଓ ଓ ତାଙ୍କର ଟିମ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।ଉକ୍ତ ଆଲୋଚନାରେ ବିଭିନ୍ନ ଦଳର ନେତାଙ୍କ ବ୍ୟତୀତ କେସିଙ୍ଗା ନଗରପାଳ, ପୂର୍ବତନ ନଗରପା, ବୁଦ୍ଧିଜିବୀ, ସଚେତନ ନାଗରିକ ଓ ଗଣମାଧ୍ୟମର ପ୍ରଶ୍ନର ରଖିବେ ଉତ୍ତର ବିଭିନ୍ନ ରାଜନୈତିକ ଦଳର ସଭାପତି ମାନଙ୍କୁ ମୁହାଁ ମୁହିଁ ବସାଇ କେସିଙ୍ଗା ବିକାଶ ରେ କାହାର କେତେ ଯୋଗଦାନ ରହିଛି ତାହାର ଆକଳନ ଉପସ୍ଥିତ ବୁଦ୍ଧିଜିବୀ ମାନେ ଆକଳନ କରିବେ ବୋଲି ନିର୍ଦ୍ଦେଶକ କହିଛନ୍ତି। ଏଠାରେ ପ୍ରକାଶ ଥାଉକି କେସିଙ୍ଗା ଇତିହାସରେ ପ୍ରଥମ ଥର ଏହିଭଳି ଏକ ଖୋଲା ମଞ୍ଚ ହେଉଥିବାରୁ ଅଞ୍ଚଳରେ ବୁଦ୍ଧିଜିବୀ ମହଲରେ ସତ୍ୟର ସ୍ୱର ଗଣମାଧ୍ୟମର ପ୍ରଶଂସାର ଚର୍ଚ୍ଚା ହେଉଛି ଏବଂ ୨୩ ତାରିଖ ଆସନ୍ତା ଶନିବାର ଦିନ ଅଞ୍ଚଳର ସମସ୍ତ ବୁଦ୍ଧିଜିବୀ ଓ ସଚେତନ ନାଗରିକ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବହୁ ସଂଖ୍ୟାରେ ଯୋଗଦାନ କରି ଆଲୋଚନା ରେ ନିଜର ବହୁ ମୂଲ୍ୟ ମତାମତ ରଖିବା ପାଇଁ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।