ଝରିଗାଁରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ

ଝରୀଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ଏକ ପେଡ ମା’ କେ ନାମ’କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଦିନକୁ ଦିନ କଳୁଷିତ ହୋଇପଡ଼ୁଥିବା ପରିବେଶକୁ ସବୁଜ ସୁନ୍ଦର ସହିତ ମାଟି ମାଁ ଧରିତ୍ରୀର ସୁରକ୍ଷା ଦିଗରେ ବିଭିନ୍ନ ସ୍ଥାନରେ ବ୍ୟାପକ ଭାବରେ ବୃକ୍ଷ ରୋପଣ କାର୍ଯକ୍ରମ ଚାଲିଛି। ଏହି ପ୍ରେକ୍ଷୀରେ ନବରଙ୍ଗପୁର ବନଖଣ୍ଡ ଝରିଗାଁ ବନାଞ୍ଚଳ ପକ୍ଷରୁ ଆୟୋଜିତ ଗୋଟିଏ ଚାରା ରୋପଣ ମା’ଙ୍କ ନାମରେ ‘କାର୍ଯ୍ୟକ୍ରମ’ ରବିବାର ଝରିଗାଁ ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ସହରାଞ୍ଚଳ ବନୀକରଣ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇଥିଲେ। ଆଦର୍ଶ ବିଦ୍ୟାଳୟ ନିକଟରେ ପ୍ରସ୍ତୁତ କରାଯାଉଥିବା ଏକ ନୂତନ ଉଦ୍ୟାନରେ ସାଂସଦ ମାଝୀ ଏବଂ ଶ୍ରୀ ଭତ୍ରାଙ୍କ ସହ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଡିଏଫ୍ଓ ଗଛ ଲଗେଇ ଏହାର ଶୁଭ ଉଦଘାଟନ କରିଥିଲେ । ଝରୀଗାଁ ଆଦର୍ଶ ବିଦ୍ୟାଳୟର ଉପସ୍ଥିତଥିବା ଛାତ୍ରଛାତ୍ରୀଙ୍କୁ ସାଂସଦ ଶ୍ରୀ ମାଝୀ ବୃକ୍ଷର ଆବଶ୍ୟକତା ଏବଂ ଜୀବର ଜୀବନ ଧାରଣ ସହ ବୃକ୍ଷର ଆବଶ୍ୟକତାକୁ ଆଧାର କରି ଅମ୍ଳଜାନ ବିନା ବଞ୍ଚିବା ଅସମ୍ଭବ ବୋଲି ବୁଝେଇବା ସହ ଏହାକୁ ନେଇ ଛାତ୍ରଛାତ୍ରୀ ଏବଂ ଶ୍ରୀ ସାଂସଦଙ୍କ ମଧ୍ୟରେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରି ଆରମ୍ଭ ହୋଇଥିଲା ପ୍ରତିଯୋଗିତା, ପାଖାପାଖି ଦେଢ଼ ମିନଟ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରିଥିଲେ ସାଂସଦ, ବିନା ଅମ୍ଳଜାନରେ ଜୀବନ ଧାରଣ ଅସମ୍ଭବ ଏହା ଥିଲା ସମସ୍ତଙ୍କ ଲାଗି ବାର୍ତ୍ତା, ତା ଛଡା କୁନି ଝିଅ ଆଦ୍ୟାସାଙ୍କ ଜନ୍ମଦିନ ଥିବାରୁ ସାଂସଦ ଏବଂ ବିଧାୟକ ଆଦ୍ୟାସା ଙ୍କ ସହିତ ମିଶି ଗଛ ଟିଏ ରୋପଣ କରିଥିଲେ।ଆମେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନରେ ସାମିଲ ହୋଇ ସମସ୍ତେ ଗଛ ଲଗାଇବା। ଘର ଠାରୁ ଆରମ୍ଭ କରି ସ୍କୁଲ, କଲେଜ, ରାସ୍ତା, ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଗଛ ଲଗାଇ ପର୍ଯ୍ୟାବରଣକୁ ସୁରକ୍ଷିତ ରଖିବା। ଏଥିପାଇଁ ଆବାଳବୃଦ୍ଧବନିତାଙ୍କୁ ଆଗେଇ ଆସିବା ସହ ଗଛ ଲଗାଇବାର ପାଗଳପଣ କରିବାକୁ ପ୍ରଧାନ ପରାମର୍ଶ ଦେଇଥିଲେ। ଝରିଗାଁରେ ପୃଥକ ପୃଥକ ଦୁଇଟି ସ୍ଥାନରେ ପାଖାପାଖି ଦୁଇ ହେକ୍ଟର ରୁ ଅଧିକ ସ୍ଥାନରେ ତିନି ହଜାର ରୁ ଅଧିକ ମୂଲ୍ୟବାନ ଚାରା ରୋପଣ କରାଯିବା ନେଇ ସ୍ଥିର କରାଯାଇଛି । ସାଂସଦ ଶ୍ରୀ ମାଝୀ ଏବଂ ବିଧାୟକ ଶ୍ରୀ ଭତ୍ରା ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ଲାଗି ଆହ୍ୱାନ ଦେଇଛନ୍ତି । ପାଣିପାଗ ସନ୍ତୁଳନ ହେଉ ବା ପରିବେଶ ପ୍ରଦୂଷଣ ହେଉ କିମ୍ବା ଜୀବ ଜଗତକୁ ସୁସ୍ଥ ରଖିବାର ଏକ ମାତ୍ର ଉପାୟ ଜଙ୍ଗଲ ସୃଷ୍ଟି, ତେଣୁ ଏହି ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଜରିଆରେ ଯେଉଁ ପ୍ରୟାସ କରାଯାଇଛି ତାହା କୁ ସମସ୍ତେ ମିଳିମିଶି ସାକାର କରିବାର ଆବଶ୍ୟକତା ରହିଛି ବୋଲି ସାଂସଦ କହିଛନ୍ତି। ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବନାଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା, ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ, ବନପାଳ ଗୁପ୍ତ ପ୍ରସାଦ ମହାନ୍ତି ସମେତ ବନକର୍ମଚାରୀମାନେ ଉପସ୍ଥିତଥିଲେ ।