ବ୍ଳକ ଯାଦବ ମହାସଭା ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ

ଝରୀଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଚଚା ରାଧାକୃଷ୍ଣ ମନ୍ଦିର ଠାରେ ଝରିଗାଁ ବ୍ଳକ ସ୍ତରୀୟ ଯାଦବ ମହାସଭା ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ କାର୍ଯ୍ୟକ୍ରମ ବ୍ଳକ ସଭାପତି ନନ୍ଦ ଗୈାଡ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଝରିଗାଁ ବିଧାୟକ ଶ୍ରୀଯୁକ୍ତ ନରସିଂହ ଭତ୍ରା, ପୂର୍ବତନ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଚନ୍ଦାହାଣ୍ଡି ବ୍ଳକ ଉପାଧ୍ୟକ୍ଷ ବାସୁଦେବ ଗୈାଡ,ଜିଲ୍ଲା ପରିଷଦ ସଭ୍ୟା ତ୍ରିମିଳା ପୂଜାରୀ, ,ଜିଲ୍ଲା ଯାଦବ ମହାସଭା ର ସଭାପତି ଜ୍ୟୋତି ରଂଜନ କଂସ ଓ ସମସ୍ତ ଟିମ୍, ଉମରକୋଟ ବ୍ଳକ ସଭାପତି ସତୃଘନ ଗୈାଡ ଏବଂ ସମସ୍ତ ଟିମ୍,ସହ ସମ୍ପାଦକ କମଳ ଲୋଚନ ବାଗ,୨୩ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୨୩ ଗୋଟି ଗ୍ରାମ ପଞ୍ଚାୟତ ଯାଦବ ସମାଜ ସଭାପତି, କର୍ମକର୍ତ୍ତା ଓ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ମାନଙ୍କ ଜନ ସମାଗମ ହୋଇଥିଲା।ପ୍ରଥମେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜାର୍ଚ୍ଚନା କରି ଚଚା ଗ୍ରାମରେ ମାଁ ଭାଉଣୀ ମାନଙ୍କୁ ନେଇ ଏକ ବିରାଟ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରି ସହଯୋଗ କରିଥିଲେ ଜିଲ୍ଲା ଯାଦବ ମହାସଭାର ଯୁବ ସଭାପତି ନବ କିଶୋର ଗୈାଡ, ଉପ ସଭାପତି ସୈନିକ ଗୈାଡ,ସହ ସମ୍ପାଦକ ମହାଦେବ ମାଝୀ, ସେବା ସମିତି ଅଧ୍ୟକ୍ଷ ସହଦେବ ଗୈାଡ, ସମ୍ପାଦକ ଚତୁର୍ଭୁଜ ଖର୍ସେଲ, କୋଷାଧ୍ୟକ୍ଷ ତ୍ରିନାଥ ଗୈାଡ, ସହ ସମ୍ପାଦକ ସଗନୁ ଗୈାଡ, ଯୁବ କାର୍ଯ୍ୟକାରୀ ସଭାପତି ଶଙ୍କର ଗୈାଡ, ପଞ୍ଚାୟତ ସଭାପତି ଗଙ୍ଗାଧର ଗୈାଡ, ମକରନ୍ଦ ଗୈାଡ, ଘାସିରାମ ଗୈାଡ, ମୋହନ ଗୈାଡଙ୍କ ସହ ସମସ୍ତ ୨୩ ଗୋଟି ଗ୍ରାମ ପଞ୍ଚାୟତ ର ସଭାପତି, ସମ୍ପାଦକ ଓ ଯୁବ ଯାଦବ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ।