ଜମି ପଞ୍ଜିକରଣରେ ଭୁଲ ନାମ ଯୋଗୁଁ ଅସୁବିଧାରେ ଟିକଚନ୍ଦ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ଚିତ୍ରସେନ ବାଗ): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗାଁର ଟିକଚନ୍ଦ ମାଣିକଙ୍କ ଡାକ ନାମ ଏବେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।ଯାହାଫଳରେ ଜମି ପଟ୍ଟାରୁ ବଞ୍ଚିତ ହୋଇଛନ୍ତି।ଜମି ପଞ୍ଜିକରଣ କରିବା ସମୟରେ ଟିକିଚନ୍ଦଙ୍କ ବାପା ତାଙ୍କ ଡାକନାମ ରତିକାନ୍ତ ବୋଲି ପଞ୍ଜିକରଣ କରି ଦେଇଛନ୍ତି।କିନ୍ତୁ ଭୋଟର କାର୍ଡ,ଆଧାର କାର୍ଡ,ଶିକ୍ଷା ପ୍ରମାଣ ପତ୍ର ଭଳି ସମସ୍ତ କାଗଜପତ୍ରରେ ଟିକଚନ୍ଦ ବୋଲି ରହିଛି।ଯାହା ଫଳରେ ଟିକଚନ୍ଦ ତାଙ୍କ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ କାର୍ଯ୍ୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଏ ନେଇ ସେ ଜୟପାଟଣା ତହସିଲଦାରଙ୍କୁ ଜଣାଇଥିବା ବେଳେ ତାଙ୍କର ଡାକ ନାମକୁ ପରିବର୍ତ୍ତନ କରି ଅସଲି ନାମରେ ଜମି ପଞ୍ଜିକରଣ କରିବା ପାଇଁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *