ଲଡୁଗାଁଠାରେ ଯାଦବ ସମାଜ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଲଡୁଗାଁ ଆଞ୍ଚଳିକ ଯାଦବ ସମିତି ପକ୍ଷରୁ ଗତ ଦୁଇ ଦିନ ଧରି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ମହାଆଡମ୍ବର ରେ ପାଳିତ ହୋଇଛି। ଶୁକ୍ରବାର ଅପରାହ୍ନରେ ୨୦୧ କଲସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମହିଳାମାନେ ସ୍ଥାନୀୟ ମନଭଙ୍ଗ ସାଗରରୁ ଜଳ ଉଠାଇ ମାଝୀପଡା ସ୍ଥିତ ମାଉସୀ ମା’ ମନ୍ଦିର ପରିସରେ ସୁସଜ୍ଜିତ ପୂଜା ମଣ୍ଡପରେ କଳସ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ରାତିରେ ଶ୍ରୀକୃଷ୍ଣ ଜନ୍ମ ବୃତାନ୍ତ ପୁରାଣ ପାଠ ହୋଇଥିଲା। ଶନିବାର ଏକ ପାଳଙ୍କିରେ ବାଳ ଗୋପାଳ ଶ୍ରୀକୃଷ୍ଣ ଭଗବାନ ମୂର୍ତ୍ତି କୁ ବସାଇ ବାଜା ଗଜା ବଜେଇ ନଗର ପରିକ୍ରମା କରି ପୂଜା ମଣ୍ଡପକୁ ପ୍ରତ୍ୟାବର୍ତ୍ତନ ପରେ ଦଧିହାଣ୍ଡି ଭଗ୍ନ କରାଯାଇ ଭୋଗ ବଣ୍ଟନ କରାଯାଇଥିଲା। କଲସ ଯାତ୍ରା ସମୟରେ ସୁନାମାଳ ଘଣ୍ଟ ଦଳ, ସଂକିର୍ତ୍ତନ ଦଳ, ମାଝୀପଡାର ବାଜା ଦଳରେ ମହିଳା ଓ ଯୁବକ ମାନେ ନାଚି ନାଚି ନଗର ପରିକ୍ରମା କରୁଥିଲେ। ଏହି କ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୂଜା କର୍ତ୍ତା ଭାବେ ଅଶ୍ୱିନ ରାଉତ ଓ ତାଙ୍କ ସହଧର୍ମିଣୀ ସଂଯୁକ୍ତା ରାଉତ ରହିଥିବାବେଳେ ପୂଜକ ଭାବେ ମଞ୍ଜନ ମୁଣ୍ଡ ଦାଇତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ମୌଷଧି ବାଗ, କୋକସରା ବ୍ଳକ ଉପାଧକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ବ୍ଳକ ଯାଦବ ସମିତିର ସମ୍ପାଦକ ବିଦ୍ୟାଧର ଗହିର, କର୍ମଚାରୀ ସଙ୍ଘର ସଭପତି ପ୍ରେମ ଗୋପାଳ ପ୍ରମୁଖ ଯୋଗ ଦେଇଥିଲେ। ଲଡୁଗାଁ ଯୁବ ଯାଦବ ସଭାପତି ଗିରିଧାରୀ ଜୁଏଡ଼, ମକରନ୍ଦ ବଛା, ଅନିଲ ରାଉତ, ମଦନ ବାଗ, ଜିତୁ ବଛା, ଋଷ୍ୟ ଶୃଙ୍ଗଜାଲ, ଧନେଶ୍ୱର ଯୁଏଡ଼, ବସନ୍ତ କେତକୀ ରାକେଶ ରାଉତ, ଶରତ ରାଉତ ପ୍ରମୁଖ ପରିଚଲାନାରେ ସହଯୋଗ କରିଥିଲେ।