୫ ଜଣ ଦୁର୍ଦ୍ଦାନ୍ତ କାଠ ମାଫିଆ ଗିରଫ, ଜଣେ ଫେରାର

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ଦିନକୁ ଦିନ କାଠ ମାଫିଆଙ୍କ ରାଜ ବଢ଼ିବାକୁ ନେଇ କଳାହାଣ୍ଡି ଜିଲ୍ଲା ମ.ରାମପୁର ଉତ୍ତର ବନଖଣ୍ଡ କାଠ ମାଫିଆ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ଜଣାପଡ଼ିଛି। ମ.ରାମପୁର ବନାଞ୍ଚଳ ଅଧିକାରୀ ଏସିଏଫ ଅତିସ କୁମାର ଦାସଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ୧୬ ତାରିଖ ରାତିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କୈାଣସି ସୂତ୍ରରୁ ଖବର ପାଇ ସିଡିଙ୍ଗପଦର ଗାଁ ଠାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଛକି ରହି ରାତି ୨ ଟା ସମୟରେ ସିଡିଙ୍ଗପଦର ପାଣିଟାଙ୍କି ନିକଟରେ ୬ ଜଣ କାଠ ମାଫିଆ ଙ୍କୁ ବଳଦ ଜୋଚା ଅବସ୍ଥା ରେ ଶାଲ କାଠ ଗଣ୍ଡି ଜବତ କରିବା ସହ ୫ ଜଣ ଙ୍କୁ ଗିରଫ କରିବାରେ ବନାଞ୍ଚଳ ଅଧିକାରୀ ଏସିଏଫ ଦାସଙ୍କ ନେତୃତ୍ବରେ ଧରିବାରେ ସଫଳ ହୋଇଥିବା ବେଳେ ଆଉ ଜଣେ ଫେରାର ଥିବା ବନାଞ୍ଚଳ ଅଧିକାରୀ ଏସିଏଫ ଶ୍ରୀ ଯୁକ୍ତ ଦାସ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ୫ ଜଣ କାଠ ମାଫିଆଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଆଉ ଜଣଙ୍କୁ ଧରିବା ପାଇଁ ଜାଲ ବିଛେଇ ଥିବା ସୂଚନା ମିଳିଛି କାଠ ମାଫିଆ ହେଲେ ମ, ରାମପୁର ଥାନା ନୁନପୁର ପଞ୍ଚାୟତ ରାମୁଡ ସନ୍ଧିପଡା ର ମନ୍ଦିର ବଗର୍ତ୍ତି,ମଚିନ୍ଦ୍ର ପାତ୍ର, ବୈଶାଖୁ ବଗର୍ତ୍ତି, ସୁଶାନ୍ତ ବଗର୍ତ୍ତି,ଢେକୂନ କୂପା ର ମଚିନ ଭୋଇ, ନାମରେ ୧୩୦/୨୫/୨୬ ରେ ମାମଳା ରୁଜୁ କରି ଆଜି ଦିନ ୨ ୩୦ ତିନିଟ ରେ ଭବାନିପାଟଣା କୋର୍ଟ କୁ ଚାଲାଣ କରିଥିବା ଜଣାପଡିଛି। ଫରେଷ୍ଟର ଦୀପକ କୁମାର ସା, ଫରେଷ୍ଟ ଗାର୍ଡ ବାଳକୃଷ୍ଣ ଜାଲ, ଫରେଷ୍ଟ ଗାର୍ଡ ମଧୁମିତା ଭୋଇ,ଵୈଚନ୍ଦ୍ର ସାହୁ,ଶରଦ ଚନ୍ଦ୍ର ବିଶି, ବିରଞ୍ଚି ସାହୁ,ପ୍ରକାଶ ମାଝୀ,ତୁଲସି ରାମ ଭୋଇ, ସମେତ ସମସ୍ତ ବନବିଭାଗ କର୍ମଚାରୀ ପ୍ରମୁଖ କାଠ ମାଫିଆ ଙ୍କୁ ଗିରଫ କରିବାରେ ସହଯୋଗ କରିଥିଲେ।