ତେଲ ନଦୀ ଉପରେ ମେଗା ଜଳସେଚନ ପ୍ରକଳ୍ପ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଗତକାଲି ଜିଲ୍ଲାପାଳଙ୍କ କେସିଙ୍ଗା ସିଟିଜନ ଫୋରମ୍ ବୈଠକ ରେ ଯୋଗଦେବା ପାଇଁ ଆସିଥିବା ସମୟରେ କସୃପଡ଼ା କୃଷକ ସଂଗଠନ ପକ୍ଷରୁ ତେଲ ନଦୀ( ରାଣୀଦର) ଠାରେ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ।ଦାବୀ ପତ୍ର ଅନୁଯାୟୀ ଉକ୍ତ ନଦୀ ରେ ଜଳ ସେଚନ ପ୍ରକଳ୍ପ ନିର୍ମାଣ ହେଲେ କେସିଙ୍ଗା ବ୍ଲକ ର କନ୍ତେଶିର ଓ କଶ୍ରୁ ପଡ଼ା ଗ୍ରାମ ପଞ୍ଚାୟତ ର ପ୍ରାୟ ୧୨ ହଜାର ଏକର ଜମି ଜଳସେଚିତ ହେବା ସହ ଆଉକିଛି ପଞ୍ଚାୟତ ର ଚାଷୀ ମଧ୍ୟ ଉପକୃତ ହେବା ସହିତ ମରୁଡି ଜନିତ ସମସ୍ୟା ର ଚିନ୍ତା ଦୂର ହେବ।ଗତ ବିଜେଡି ସରକାର ଅମଳରେ ସରକାରୀ ଆଦେଶ ପାଇ ବିଭାଗୀୟ ଅଧିକାରୀ ମାନେ ସରଜମିନ ତଦନ୍ତ କରି ପତ୍ର ସଂଖ୍ୟା ୫୧୪/ ୧୩/୭/୨୦୨୩ ରେ ଭିତ୍ତିଭୂମିର ଅଭାବ ନାହିଁ କହି ସରକାର ଙ୍କୁ ଅବଗତ କରାଇଥିଲେ।ହେଲେ ସରକାର ବଦଳିବା ପରେ ନୂତନ ସରକାର ପକ୍ଷରୁ କଥା ଆଗକୁ ନ ବଢିବାରୁ ପୁଣିଥରେ ଅଞ୍ଚଳର ଚାଷୀ ମାନେ ଦାବୀ ପତ୍ର ପ୍ରଦାନ କରି ସରକାର ଙ୍କୁ ମନେପକାଇ ଦେଇଥିବା ଚାଷୀ ସଂଗଠନ ର କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ।