ଏନ୍.ଏ.ସି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ଜିଲ୍ଲା ସଭାପତି ଓ ଆଦିବାସୀ ସଙ୍ଘର ସଭାପତି।

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ଗତକାଲି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କୁ ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ପୂର୍ବତନ କଳାହାଣ୍ଡି ଜ଼ିଲ୍ଲା ସଭାପତି ଶେଷଦେବ ବେହେରା ଓ ଦକ୍ଷିଣ ଓଡ଼ିଶାର ଆଦବାସୀ ମହାସଂଘର ସଭାପତି ଗଙ୍ଗାଧର ମାଝୀ ସାକ୍ଷାତ କରି ଜୟପାଟଣାକୁ ଏନଏସି ଘୋଷଣା କରିବା ପାଇଁ ଅନୁରୋଧ କରିଛନ୍ତି।ଏହା ସହ ଅଞ୍ଚଳର ସ୍ଥାନୀୟ ସମସ୍ୟାକୁ ନେଇ ଆଲୋଚନା ଓ ଦାବିପତ୍ର ପ୍ରଦାନ କରିଛନ୍ତି।ଗଙ୍ଗାଧର ମାଝୀ ଆଦିବାସୀ ମହାସଂଘର ସଭାପତି ହେଲା ପରେ କଳାହାଣ୍ଡି ଜ଼ିଲ୍ଲାର ସମସ୍ତ ଆଦିବାସୀଙ୍କ ବିକାଶ ତଥା ସେମାନେ କେମିତି ମୁଖ୍ୟ ସ୍ରୋତରେ ସାମିଲ ହେବେ ତାହା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି।