ଇସ୍କନ୍ ଧର୍ମଗଡ଼ ଦ୍ୱାରା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଭବ୍ୟ ଉତ୍ସବ

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର କୃଷ୍ଣ କନ୍ସସନେସ୍ (ଇସ୍କନ୍)ଧର୍ମଗଡ ତରଫରୁ ୧୫ ରୁ ୧୭ ଅଗଷ୍ଟ ଯାଏଁ ଶ୍ୟାମ କୁଟୀର ଶ୍ରୀକୃଷ୍ଣ ଜନ୍ମୋତ୍ସବ ଉପଲକ୍ଷେ ଏକ ଭବ୍ୟ ଓ ଆଧ୍ୟାତ୍ମିକ ଉତ୍ସବ ଅନୁଷ୍ଠିତ ହୋଇଛି। ୧୫ ଅଗଷ୍ଟରେ ଅଧିବାସ ଉତ୍ସବ ସହ ଉତ୍ସବର ଆରମ୍ଭ ହୋଇଥିବା ବେଳେ ଅନେକ ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀ ଓ ଭକ୍ତମାନେ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ କରିଥିଲେ। ଉତ୍ସବ ସମୟରେ ବିଭିନ୍ନ ଛାତ୍ର ନିମିତ୍ତ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ଯଥା ଗୀତ, ନୃତ୍ୟ, କ୍ୱିଜ୍, ଚିତ୍ରାଙ୍କନ, ଶ୍ଲୋକ ପାଠ ଓ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା ମାଧ୍ୟମରେ ଶିଶୁ ଓ କିଶୋର ମନେ ତାଙ୍କର ଦେବଭକ୍ତି ଓ ସ୍ୱାଭାବିକ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ ପରମଧାମ ଶ୍ୟାମ ଦାସ, ଘନଶ୍ୟାମ ଅଗ୍ରୱାଲ, ଗଣପତି ବାଗ୍ ଓ ସଞ୍ଜୀବ ମୁଣ୍ଡ ୧୬ ଅଗଷ୍ଟର ରାତିରେ ଅନୁଷ୍ଠିତ ମଧ୍ୟରାତ୍ରି ମହା ଅଭିଷେକ ଉତ୍ସବ ସମ୍ପୂର୍ଣ୍ଣ ଉତ୍ସବର ଆଧ୍ୟାତ୍ମିକ କେନ୍ଦ୍ରବିନ୍ଦୁ ଥିଲା। ଭକ୍ତମାନେ ମିଳି ଶ୍ରୀକୃଷ୍ଣଙ୍କୁ ଦୁଗ୍ଧ, ଘୃତ, ମଧୁ, ଫଳ ଓ ଦିବ୍ୟ ଦ୍ରବ୍ୟ ଦ୍ୱାରା ଅଭିଷେକ କରିଥିଲେ, ସହିତ ହରେ କୃଷ୍ଣ ମହାମନ୍ତ୍ର ଓ କୀର୍ତନ ଉପସ୍ଥିତମାନଙ୍କ ମନକୁ ଆନନ୍ଦ ଓ ଶାନ୍ତିରେ ପୂରଣ କରିଥିଲା। ୧୭ ଅଗଷ୍ଟରେ ଇସ୍କନ୍ ଧର୍ମଗଡ ପକ୍ଷରୁ (ଇସ୍କନ) ର ପ୍ରତିଷ୍ଠାତା ଶ୍ରୀଶ୍ରୀ ଅଭୟଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଜନ୍ମ ତିଥି – ବ୍ୟାସ ପୂଜା ଅନୁଷ୍ଠିତ ହେଉଥିବାବେଳେ ଏହି ଦିନରେ ଏହି ତିନିଦିନିଆ ଉତ୍ସବର ସମାପନ ହେଲା ଓ ଛାତ୍ରପ୍ରତିଯୋଗିତାର ଜିତୁଥିବା ପ୍ରତିଭାଗୀମାନେ ପୁରସ୍କୃତ ହେଲେ। ସମାରୋହରେ ଧର୍ମଗଡ ବିଧାୟକ ସୁଧୀର  ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଅନ୍ୟ  ଅତିଥିମାନଙ୍କ ମଧ୍ୟରେ କିଶୋର ଅଗ୍ରୱାଲ, ବିଷ୍ଣୁ ଅଗ୍ରୱାଲ ଓ ସୌରଭ ମିତ୍ତଳ, ହିମାଂଶୁ ଶେଖର ପଣ୍ଡା। ସମସ୍ତେ ଇସ୍କନ୍ ଧର୍ମଗଡ ପକ୍ଷରୁ ଯୁବପିଢିଙ୍କ ମଧ୍ୟରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମୂଲ୍ୟ ବିକାଶ ପାଇଁ ହେଉଥିବା ଉଦ୍ୟମକୁ ସ୍ନେହ ଓ ଶ୍ରଦ୍ଧା ପ୍ରଦାନ କରିଥିଲେ। ଉତ୍ସବର ସମ୍ପୂର୍ଣ୍ଣ ଚାଳନା ଇସ୍କନ୍ ଧର୍ମଗଡ ଦାୟିତ୍ୱରେ ଥିବା ଭକ୍ତ ଗୋପସଖା ମାଧବ ଦାସଙ୍କ ନିର୍ଦ୍ଦେଶନାରେ ହୋଇଥିଲା। ସହଯୋଗରେ ଥିଲେ ଭକ୍ତ ତ୍ରିନାଥ କାଣ୍ଡ , ନବୀନ ନାଏକ, ସୁମିତ ଖମାରି, ମନିନ୍ଦ୍ର ପାତ୍ର, ତାପସ ରଞ୍ଜନ ନାଏକ, ଓ  ପ୍ରାଣାନନ୍ଦିନୀ ମାଧବୀ ଦେବୀ ଦାସୀ। ଧାର୍ମିକ କାର୍ଯ୍ୟବଳୀ ଭକ୍ତ ଡୋଳେଶ୍ୱର ପ୍ରଭୁଜି ଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠିତ ହେଲା।