ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ର ଅଲାତରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଛା ଡେଙ୍ଗେନ ଗ୍ରାମର ନିବାସୀ ସ୍ବର୍ଗତ ହରେକୃଷ୍ଣ ସାଙ୍କ ଝିଅ ସୌଦାମିନୀ ସା ବୟସ ୩୪ ବର୍ଷ ଜନ୍ମରୁ ଭିନ୍ନକ୍ଷମ। ସୌଦାମିନୀ ଗରିବ ନିରୀହ ପରିବାର ବିଧବା ମହିଳାଙ୍କ ଝିଅ ସରକାରୀ ସୁବିଧା ସୁଯୋଗ ନମିଳିବା ସରକାରଙ୍କ ପlରିବାପାଣିୟlକୁ ପଦାରେ ପକାଇଛି । ସୂଚନା ଅନୁସାରେ ସୌଦାମିନୀ ସା ଯିଏ କି ଶତ ପ୍ରତିଶତ ଦିବ୍ୟଙ୍ଗ ଅଟନ୍ତି । ଗତ ୩୦ ମାର୍ଚ୍ଚ ୨୦୨୫ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ରିସିଗାଁଠାରେ ଅନ୍ତୋଦୟ ଗୃହ ଯୋଜନାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଜଣେ ଭିନ୍ନ କ୍ଷମଙ୍କୁ ପ୍ରଥମ କାର୍ଯ୍ୟାଦେଶ ଦିଆଯାଇଥିଲା । ଅନ୍ତୋଦୟ ଗୃହ ଭିନ୍ନକ୍ଷମ ମାନଙ୍କ ପାଇଁ ନିରାପଦ ଆଶ୍ରୟସ୍ଥଳ ହେବା ସହିତ ଆତ୍ମବିଶ୍ଵାସ, ଗର୍ବ ଓ ଗୌରବର ଅନୁଭୂତି ଆଣିପାରିଥିଲା । ଅନ୍ତୋଦୟ ଗୃହ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଯେପରି ସମାଜର ଅନ୍ତିମ ସୋପାନର ଲୋକଙ୍କ ନିକଟକୁ ମଧ୍ୟ ସମସ୍ତ ସରକାରୀ ସେବା ଯୋଗାଇ ଦେବା ଓ ତାହାର ସଫଳ ରୂପାୟନ ପାଇଁ ବିଭିନ୍ନ ପଂଚାୟତକୁ ଟାର୍ଗେଟ ଦେଇଛନ୍ତି । ଅଲାତରାର କଛା ଡେଙ୍ଗନ୍ ଗାଁର ଏକ ଦିବ୍ୟାଙ୍ଗକୁ ଅନ୍ତୋଦୟ ଘର ନଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ ଯେ ଅଲାତରା ବାସୀଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ୨୦୨୪-୨୫ଆର୍ଥିକ ବର୍ଷ ପାଇଁ ୧୦ଟି ଘର ଓ ୨୦୨୫-୨୬ ପାଇଁ ୧୧ଘର ମଞ୍ଜୁରୀ ହୋଇଛି । ସେଥିପାଇଁ ସରକାରୀ ସ୍ତରରେ ପ୍ରଣୀତ ହୋଇଥିଲା ଅର୍ଯ୍ୟୋଦୟ ଗୃହ ଯୋଜନା । ହିତାଧୁକାରୀ ତାଲିକାକୁ ଆହୁରି ସମାବେଶୀ କରିବା ପାଇଁ ବିଭିନ୍ନ ଦିବ୍ୟାଙ୍ଗ ବର୍ଗର ଗୃହହୀନ କିମ୍ବା କଚ୍ଚା ଘରେ ବାସ କରୁଥିବା ପରିବାର ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ଚୟନ ପାଇଁ ସରକାରୀ ବାବୁ ମୁତୟନ ଥିଲେ । କେମିତି ସୌଦାମିନୀ ସା ଯୋଗ୍ୟ ବିବେଚିତ ହେଲେ ନାହିଁ ତାହା ଦୁର୍ଭାଗ୍ୟ ବୋଲି ଗୋକୁଳା ନନ୍ଦ ବିଶ୍ୱାଳ ଅସନ୍ତୋଷ ଝାଡିଛନ୍ତି । ଦାୟିତ୍ୱରେ ଥିବା ପି.ଇ.ଓଙ୍କ ପ୍ରତିକ୍ରିୟା ନେବାରୁ ଆର ଥରରେ ସୌଦାମିନୀକୁ ଅନ୍ତୋଦୟ ଯୋଜନାରେ ସାମିଲକରିବୁ ବୋଲି କହିଥିଲେ । ସରକାର ଖବର ପ୍ରସାରଣ ପରେ ତୁରନ୍ତ ଭିନ୍ନକ୍ଷମ ସୌଦାମିନୀକୁ ଘର ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନକୁ ଆଦେଶ ଦେବେ ବୋଲି ଆଶା ।