ସରକାରୀ ଅନୁଦାନ ପାଇଁ ଅଧ୍ୟାପକ ଓ କର୍ମଚାରୀଙ୍କ ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): ସାରା ଓଡ଼ିଶାରେ ବେସରକାରୀ ଅଧ୍ୟାପକ ଓ ମହାବିଦ୍ୟାଳୟ କର୍ମଚାରୀ (ଓସ୍ନେଲିଆ) ସଂଘ ପକ୍ଷରୁ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପ୍ରଦାନ ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସଭାପତି ବିଶ୍ବ ରଞ୍ଜନ ଦାସଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଜାରି ରହିଛି। ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ଯେତେ ଦିନ ପର୍ଯ୍ୟନ୍ତ ୨୦୦୮ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସରକାରୀ ଅନୁଦାନ ନ ମିଳିଛି ସରକାରୀ ଅନୁଦାନ ପାଇବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ମୋହନ ଗିରି ଧବଳେଶ୍ବର ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀଧର ବେହେରା, ରୋହିତ ସୁନା,ବଭୂପୟର ପଟ୍ଟନାୟକ, ଅଚ୍ୟୁତ ମହାକୁଡ଼, ମିନାକ୍ଷୀ ଭୋଇ ଓ ମ.ରାମପୁର ସଦରର ମଦନପୁର ରାମପୁର ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ କାହ୍ନୁ ମହାନନ୍ଦ,ରଶ୍ମି ରଞ୍ଜନ ମିଶ୍ର, ମିକି ପ୍ରିୟ ଦର୍ଶିନୀ ମିଶ୍ର, ପ୍ରିୟମ୍ବଦା ମହାକୁଡ଼, ନମିତା ବେହେରା,ପ୍ରତାପ ପାଣି ଗ୍ରାହୀ,ପ୍ରଦୀପ ସିଂହ , ନୃସିଂହ ଭୋଇ ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।