ଦଳ ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେଲେ ବିଜେଡି କର୍ମୀ

ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ପ୍ରଦୀପ ମଲ୍ଲିକ): ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କୟାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଶେଷ ସୁତାରଙ୍କ ନେତୃତ୍ୱରେ ୪୦ ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେଲେ। ଏହି ମିଶ୍ରଣ ଉତ୍ସବରେ ବିଂଝାରପୁର ନେତ୍ରୀ ବବିତା ମଲ୍ଲିକ , ବିଂଝାରପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ନିରଞ୍ଜନ ବେଉରିଆ , ପୁରୁଷୋତ୍ତମ ବେହୁରିଆଙ୍କ ସହ ଜୟଚଣ୍ଡୀମଣ୍ଡଳ ଜୋନ ସଭାପତି ଚିନ୍ମୟୀ ପାଣ୍ଡଵ ଉପସ୍ଥିତ ଥିଲେ।