କଲମପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ନୂତନ ଭବନ ଉଦଘାଟନ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଲମପୁର ବ୍ଲକ ଅଞ୍ଚଳର ଚାଷୀ ତଥା ଗ୍ରାହକ ମାନଙ୍କୁ ଚାହିଦା ମୁତାବକ କେନ୍ଦ୍ର ସମବାୟ ବ୍ୟାଙ୍କର ଏକ ଶାଖା କଲମପୁର ଠାରେ ତାର ସେବା ଯୋଗାଇ ଆସୁଛି। ନିଜସ୍ଵ କାର୍ଯ୍ୟାଳୟ ନ ଥିବାବେଳେ ଏକ ଗୃହ ମାଲିକଙ୍କ ଭଡ଼ା ଘରେ ବ୍ୟାଙ୍କ କାର୍ଯ୍ୟ ଜାରି ରହିଥିଲା। ସେ ଘର କମ ଜାଗା ହେତୁ ଗ୍ରାହକଙ୍କୁ ସେବା ଦେବାରେ ବିଭିନ୍ନ ସମୟରେ ଅସୁବିଧା ସୃଷ୍ଟି ହେଉଥିଲା। ଏନେଇ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟାରେ ଅନ୍ୟ ଜଣେ ମାଲିକ ବ୍ୟଙ୍କ କାର୍ଯ୍ୟାଳୟ ନିର୍ମାଣ କରି ଭଡ଼ା ସୂତ୍ରରେ ପ୍ରଦାନ କରିଛନ୍ତି। ବୁଧବାର ଦିନ ଧର୍ମଗଡ଼ ବିଧାୟକଙ୍କ ଦ୍ବାରା ଶୁଭ ଉଦଘାଟନ କରାଯାଇଛି। ଏଥିରେ ସଭାପତି ଶ୍ରୀ ବେହେରାଙ୍କ ଉପସ୍ଥିତିରେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ବ୍ୟାଙ୍କ ସମ୍ପାଦିକା ବନଲତା ଧଳ, ଉପନିବନ୍ଧକ ସମବାୟ ସମିତି ସମୂହ ସ୍ୱରୂପ କୁମାର କର, ନିର୍ଦ୍ଦେଶିକା ମନିଷା ସାହୁ ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା ପୂର୍ବକ ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଲମପୁର ସମବାୟ ସମିତି ସଭାପତି ଶଙ୍କର୍ଷଣ ବେହେରା, ମଣ୍ଡଳ ସଭାପତି ମହେନ୍ଦ୍ର ଯୋଶୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର ସାହୁ, ଘନଶ୍ୟାମ ନାଏକ, ବ୍ୟାଙ୍କ ମ୍ୟାନେଜର ଅନମୋଲ ଖୁଜୁର, ଶାଖା କର୍ମଚାରୀ ଜ୍ୟୋତିବ୍ରତ ମିଶ୍ର, ଅକ୍ଷୟ ନାଗ, ପ୍ରତୀକ୍ଷା ମିଶ୍ର, ଏଜିଏମ ବିଶ୍ବରଂଜନ ସାହୁ, ପୀତବାସ ସାହୁ, ଅବସର ପ୍ରାପ୍ତ ଶାଖା ପରିଚାଳକ ସୁବାଷ ଚନ୍ଦ୍ର ପଣ୍ଡା, ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସୁଧାଂଶୁ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା, ସୁଶାନ୍ତ ରାଉତ, ବିଜୟ ପଣ୍ଡାଙ୍କ ସମେତ କଲମପୁର ସମିତି କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷେତ୍ର ମୋହନ ବାଗ, ବଡ଼କୁଟୁରୁ ସମିତି ସମ୍ପାଦକ ଷଷ୍ଠୀ ପ୍ରସାଦ ସୁନାନୀ, ମଣ୍ଡଳ ସମିତି ସମ୍ପାଦକ ନବୀନ ନାଗ ଓ ସମସ୍ତ ସମିତିର ନିର୍ଦ୍ଦେଶକ ମାନେ ଉପସ୍ଥିତ ରହିଥିଲେ। ବିଧାୟକଙ୍କ ଯୋଗଦାନ ସହିତ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଶୁଭାରମ୍ଭ ପରେ ବ୍ୟାଙ୍କ ସେବାକାର୍ଯ୍ୟ ଆରମ୍ଭ ହୋଇଥିଲା।