ସ୍କୁଲ ଗୃହ ନିର୍ମାଣ ନିମନ୍ତେ ଜମି ଚିହ୍ନଟ ଲାଗି ଦାବିପତ୍ର

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡା ଗ୍ରାମବାସୀ ସ୍କୁଲ ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ନିମନ୍ତେ ବୁଧବାର ତହସିଲ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଏବଂ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବଡ଼ପୋଡ଼ାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିଜସ୍ୱ ଜମି ନଥିବାରୁ ନୂତନ ଶ୍ରେଣୀ ଗୃହ ନିର୍ମାଣରେ ବାଧାପ୍ରାପ୍ତ ହେଉଛି। ଏନେଇ ଗ୍ରାମର ନରହରି ସୁନା, ନିଳକଣ୍ଠ ଚଲାନ, ଅର୍ଜୁନ କରୁଆଁ, ଗଜାନନ ନାଏକ, ବୈବଚନ୍ଦ୍ର ଧଙ୍ଗଡାମାଝୀ, ଟଙ୍କଧର ପୁଝାରୀ,ମନ୍ମଥ ଦାସ, ହରିହର ହଂସ, ଧର୍ମୁ ଦୁର୍ଗା ସମେତ ପ୍ରମୁଖ ଗ୍ରାମବାସୀଙ୍କ କୋକସରା କୋକସରା ଅତିରିକ୍ତ ତହସିଲଦାର ମୋହନ ଜେନାଙ୍କୁ ଭେଟି ଜମି ଚିହ୍ନଟ କରିବା ପାଇଁ ଦାବୀ କରିଛନ୍ତି। ଏନେଇ ଅତିରିକ୍ତ ତହସିଲଦାର ଆମପାଣି ରାଜସ୍ବ ନିରୀକ୍ଷକଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।