ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(କୈଳାସ ଚନ୍ଦ୍ର ବିଷୋୟୀ): ବର୍ଷା ପୂର୍ବରୁ ଜଳ ଓ ପରିମଳ ପାଇଁ କୌଣସି ପ୍ରସ୍ତୁତି କରାଯାଉ ନାହିଁ ବ୍ଲକ କିମ୍ବା ପଂଚାୟତ ପକ୍ଷରୁl ଡ୍ରେନ ଗୁଡିକ ସଫା କରାଯାଉନି । ଯାହା ଫଳରେ ବର୍ଷା ହେଲେ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମୁଛି । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ । ଗତ କିଛି ଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁଁ ଅଂଚଳରେ ସପ୍ତାହରୁ ଅଧିକ ଦିନ ହେଲାଣି ବର୍ଷା ଲାଗି ରହିଛି । ଏହି ପଂଚାୟତରେ ବର୍ଷା ପୂର୍ବରୁ ରାସ୍ତାଘାଟ, ଡ୍ରେନ ଇତ୍ୟାଦି ସଫା କରାଯିବା କଥା କିନ୍ତୁ ସଫା ହୋଇ ନଥିବାରୁ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଗତ କିଛି ଦିନ ତଳେ ବିଷୋୟୀ ସାହିରେ ମଧ୍ୟ ବର୍ଷା ପାଣି ଘରେଘରେ ପଶୁଥିଲା । ପଂଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରି ଥିଲେ ମଧ୍ୟ କେହି ନ ଶୁଣିବାରୁ ଲୋକେ ବାଧ୍ୟ ହୋଇ ଉକ୍ତ ସାହିର ଡ୍ରେନ ସଫା କରିଥିଲେ । କିଛି ଦିନ ପୂର୍ବେ ଜିଲ୍ଲାପାଳ ପାପଡାହାଣ୍ଡିର ପରିମଳ ବ୍ୟବସ୍ଥାକୁ ନେଇ ଅଧିକାରୀଙ୍କ ଉପରେ ବାର୍ଶିଥିଲେ ସୁଦ୍ଧା ପରିମଳ ତଥା ସ୍ଵଚ୍ଛତାରେ ସୁଧାର ଆସିବାର ନା ଧରୁନି ।ଜିଲ୍ଲା ଓ ବ୍ଲକ ପ୍ରଶାସନ ଉକ୍ତ ପଂଚାୟତର ପରିମଳ ଉପରେ ଦୃଷ୍ଟି ଦେବାକୁ ପଂଚାୟତ ବାସି ଅନୁରୋଧ କରିଛନ୍ତି l