କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସତ୍ୟର ସ୍ୱର ପକ୍ଷରୁ ଶନିବାର ଦିନ ସ୍ଥାନୀୟ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ପରିସରରେ ୧୯୬୫ ମସିହାରୁ ସ୍ଥାପିତ କେସିଙ୍ଗା ଏନ୍ଏ..ସିରେ ସହରର ବିକାଶ ପାଇଁ କେଉଁ ଦଳର କେତେ ଯୋଗଦାନ ରହିଛି ସେହି ବିଷୟ ଉପରେ ଏକ ଖୋଲା ମଞ୍ଚରେ ଆଲୋଚନା ହୋଇ ଯାଇଛି।କେସିଙ୍ଗା ନଗରପାଳ ଉପ ନଗରପାଳଙ୍କ ସମେତ ସମସ୍ତ ୧୨ ଗୋଟି ୱାର୍ଡର କାଉନସିଲର , ପୂର୍ବତନ ନଗରପାଳ, ସାଂସଦ ବିଧାୟକଙ୍କ ପ୍ରତିନିଧି,ସହରର ବୁଦ୍ଧିଜିବୀ ସଚେତନ ନାଗରିକଙ୍କ ସମେତ ଅଞ୍ଚଳର ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ଏନ୍.ଏ.ସି ପ୍ରତିଷ୍ଠାର ୬୦ ବର୍ଷରେ କେସିଙ୍ଗା ବିକାଶରେ କାହାର କେତେ ଯୋଗଦାନ ସେହି ବିଷୟ ଉପରେ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜିବୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଉପସ୍ଥିତ ପୂର୍ବତନ ଅଧ୍ୟକ୍ଷ ଓ ବର୍ତ୍ତମାନର ଅଧ୍ୟକ୍ଷ ନୃପରାଜ ଯାଦବ।ବିଗତ ତିନି ବର୍ଷ ମଧ୍ୟରେ କେସିଙ୍ଗା ଏନ୍.ଏ.ସିରେ କୋଉ କୋଉ ୱାର୍ଡରେ କଣ କାମ ହେଇଛି ଓ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ଓ ଆଗାମୀ ଦିନରେ କେସିଙ୍ଗା ଏନ୍.ଏ.ସି ପକ୍ଷରୁ କି କି କାମ ଜନକଲ୍ୟାଣ ପାଇଁ ଏନ୍.ଏ.ସି ବଦ୍ଧପରିକର ସେହି ବିଷୟ ଉପରେ ଅଧ୍ୟକ୍ଷ ପ୍ରକାଶ କରିଥିଲେ।ବିଗତ ପ୍ରାୟ ୩ ବର୍ଷ ମଧ୍ୟରେ କେସିଙ୍ଗାର ବିକାଶ ପାଇଁ ଏନ୍.ଏ.ସି ପକ୍ଷରୁ ପ୍ରାୟ ୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ବର୍ତ୍ତମାନର ଅଧ୍ୟକ୍ଷ ପ୍ରକାଶ କରିଥିଲେ।ଉକ୍ତ ମଞ୍ଚରେ କେସିଙ୍ଗା ଏନ୍.ଏ.ସି ବ୍ୟତୀତ ସମଗ୍ର କେସିଙ୍ଗା ବ୍ଲକର ରାସ୍ତାଘାଟ, ପିଇବା ପାଣି,ସ୍ଵାସ୍ଥ୍ୟ, ଶିକ୍ଷା ଉପରେ ଆଲୋଚନା ହୋଇଥିଲା।ମଞ୍ଚରରେ ବସିଥିଲେ ବିଜେଡି ପକ୍ଷରୁ କେସିଙ୍ଗା ନଗରପାଳ ନୃପ ରାଜ ଯାଦବ, ବିଜେପି ପକ୍ଷରୁ ଜିଲ୍ଲା ସଂପାଦକ ସନ୍ତୋଷ ଦାସ ଓ କଂଗ୍ରେସ ପକ୍ଷରୁ ଭାଗ ନେଇ ଥିଲେ ପୂର୍ବତନ ନଗର ପାଳ ରାମ କୁମାର ଜୈନ।ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟର ସ୍ୱର ପକ୍ଷରୁ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ଦେଓ, ପ୍ରେତେଶ ପଟେଲ, ଅନିଲ କୁମାର ନାଗ, ଟିକେରାମ ତାଣ୍ଡି, ପରମା କରୁଆଁ,ତ୍ରିଲୋଚନ ନାଏକ, ଜ୍ୟୋତି ରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ନଳିନୀକାନ୍ତ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନିର୍ଦେଶକ।