କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ମଧୁସୂଦନ ଠାକୁର): ଏସବିଆଇ ଏବଂ ରାମକି ଫାଉଣ୍ଡେସନର ମିଳିତ ସହଯୋଗରେ ଆଜି କେସିଙ୍ଗା ବ୍ଲକର କିକିଆ ବାପୁଜୀ ଉଚ୍ଚ ବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ଉପରେ ଗୋଟେ ପ୍ରୟୋଗଶାଳା ଆୟୋଜିତ ହେଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିପିନ ବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରାମକି ଫାଉଣ୍ଡେସନର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ମାନସିକ ସ୍ୱାସ୍ଥ୍ୟରୁ କିପରି ପିଲାମାନେ ନିଜକୁ ନିବୃତ୍ତ ରଖିବା ସହ ଗୁରୁଜନ ମାନଙ୍କ ଉପଦେଶ ଶୁଣି ନିଜ ଭବିଷ୍ୟତ ଗଢି ବେ ତା ଉପରେ ସେ ଆଲୋକପାତ କରିଥିଲେ। ଆଜିକାଲି ଛାତ୍ରଛାତ୍ରୀ ମାନେ କିପରି ବିଭିନ୍ନ ଚାପରୁ ଦୂରେଇ ରହିବେ ତା ଉପରେ ଗୁରୁତ୍ୱ ଦେଇଥିଲେ| ଏହି କାର୍ଯ୍ୟକ୍ରମରେ ଅନୁନ୍ୟା ୧୪୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣ ସହଯୋଗ କରିଥିଲେ। ରାମକି ସଂସ୍ଥାର କଳାହାଣ୍ଡିର ମୁଖ୍ୟ ପିସି ,ଭେଷଜ ବିତରକ ଶ୍ରୀମତୀ ଜୋଷ୍ଣା ରାଣୀ ବେହେରା ନର୍ସି ପଙ୍କଜିନି ରଣା, ଏଲ ଟି ନିତୁ ନାୟକ, ପାଇଲଟ ନିରଞ୍ଜନ ହାତୀ, ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ଥିଲେ।ଏହି ଭାଳିଆ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସଚେତନତା ଶିବିର ରାମକି ଫାଉଣ୍ଡେସନ କରି ସମାଜ ଆଉ କଳାହାଣ୍ଡି ଅଂଚଳରେ ଲୋକଙ୍କ ସାଧାରଣ ଜୀବନ ଜୀବିକା କୁ ସୁଧରିବାରେ ମୁଖ୍ୟ ଭୂମିକା କରିଆସୁଛି। ଶେଷରେ ସହକାରି ଶିକ୍ଷକ ବିନୋଦ ସିଂ ମାଝୀ ଧନ୍ୟଵାଦ ଅର୍ପଣ କରିଥିଲେ।