ମଦଦୋକାନରେ ଚୋରି ମାମଲାରେ ପାଞ୍ଚ ଗିରଫ, ତିନି ବାଇକ୍ ଓ ପାଞ୍ଚ ହଜାର ଟଙ୍କା ଜବତ୍

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକାମ୍ବା ସାଖା ବିଞ୍ଜିଗୁଡ଼ା ଓ ଏସ ମଦ ଦୋକାନରେ ପନ୍ଦର ଅଗଷ୍ଟରେ ସାତ ଦୃର୍ବୁତ୍ତ ରାତି ଗୋଟାଏ ତିରିଶରେ ସ୍ଥାନୀୟ ପରିଚାଳକ ସନ୍ତୋଷ କୁମାରକୁ ଆକ୍ରମଣ କରି ମୋବାଇଲ, କୋଡ଼ିଏ ହଜାର ଟଙ୍କା ଲୁଟ କରି ନେଇଥିବା ମାଲିକ ଲୋକନାଥ ଯାଦବ ତେନ୍ତୁଳିଖୁଣ୍ଟି ଥାନା ଆଇ ଆଇ ସି ପ୍ରଣବ ଟୁଡୁଙ୍କୁ ଫୋନ୍ ମାଧ୍ୟମରେ ଜଣାଇ ଥିଲେ। ଆଇ ଆଇ ସି ତତକ୍ଷଣାତ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ନିଜ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ତଦନ୍ତ ଆଗେଇ ଥିଲେ। ସି ଡି ଆର୍ ତଥା ଅନ୍ୟାନ୍ୟ ବୈଷୟିକ ଦିଗରେ ତଦନ୍ତ କରିବା ସହ ମୋବାଇଲ ନମ୍ବରର ଲୋକେଶନ ଚିହ୍ନଟ କରି ମୋବାଇଲ ବନ୍ଦ ହେବା ପୂର୍ବରୁ ବଣିଆ ଗ୍ରାମର ବିଜୁ ହରିଜନ ଓ ଗୁପ୍ତ ହରିଜନଙ୍କ ସହ କଥାବାର୍ତ୍ତା ହୋଇଥିବା ଜଣା ପଡ଼ିଥିଲା। ତଦନ୍ତ ପାଇଁ ବିଜୁ କୁ ଆଣି ପଚରା ଉଚୁରା ପରେ ସେ ଅନ୍ୟ ସହ ଯୋଗୀଙ୍କ ନାମ କହିଥିଲା। ତେନ୍ତୁଳିଖୁଣ୍ଟି ପୋଲିସ ବିଜୁ ହରିଜନ ସମେତ ମୋଜେସ ହରିଜନ, ବାଦଲ ହରିଜନ, ଘାସି ହରିଜନ, ରାଜୁ ହରିଜନଙ୍କୁ ଗିରଫ କରି ପାଞ୍ଚ ହଜାର ଟଙ୍କା ତିନି ଟି ବାଇକ୍, ଛୁରା,ଓ ତିନି ଟି ଠେଙ୍ଗା ଜବତ୍ କରି କୋର୍ଟ ଚାଲନ କରିଛି। ଅନ୍ୟ ଦୁଇ ସହ ଯୋଗୀ ସୁଧୀର ଓ ବାବୁ ଫେରାର ତେନ୍ତୁଳୀଖୁଣ୍ଟି ଥାନା ପକ୍ଷରୁ ସୂଚନା ମିଳିଛି।