କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇକୁ ଦୃଷ୍ଟିରେ ରଖି ଧର୍ମଗଡ ଉପଖଣ୍ଡର ଅଗ୍ରଣୀ ସମାଜସେବି ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଶୁକ୍ରବାର ଗରିବ ନିରାଶ୍ରୟ ମହିଳାଙ୍କୁ କୋକସରା ବ୍ଲକ ଆମପାଣି ପଞ୍ଚାୟତର ଦୁର୍ଗମ ଓ ପାହାଡ଼ ଘେରା ଅଞ୍ଚଳ ରେ ରହିଥିବା ବିରିମୁହାଁଣ, ଆନ୍ଧି ଝରଣ, ଟିର୍ଲିଆମ, କାଦୋମଳି, ଛକପଡା, ଗାଈବନ୍ଧା ଓ ବରାଡ଼ଙ୍ଗା ପଞ୍ଚାୟତର ନୂଆଗାଁ, ପିଣାପଦର, ଝୁଲେନବର ଆଦି ଗ୍ରାମରେ ଧର୍ମଗଡ ବିଧାୟକଙ୍କ କୋକସରା ପ୍ରତିନିଧି ତ୍ରିନାଥ ଶବର, ମଣ୍ଡଲ ସମ୍ପାଦକ ତୁଲାରାମ ନାଏକ, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ସନ୍ତୋଷ ମାଝି, ଚକ୍ରଧର ବେଶ୍ରା ସମେତ ଜଗନ୍ନାଥ ସେବା ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶାଢ଼ୀ ବଣ୍ଟନ କରିଛନ୍ତି। ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲଙ୍କ ଉଦ୍ୟମରେ ନୂଆଁଖାଇ ପୂର୍ବରୁ ନିରାଶ୍ରୟ ବୃଦ୍ଧ ମହିଳାଙ୍କୁ ଏହି ଭେଟି ନିଶ୍ଚିତ ଭାବେ ମାନବିକତା ଓ ସମାଜସେବା ପାଇଁ ଏକ ଉଦାହରଣ ବୋଳି ମତ ପ୍ରକାଶ କରିଛନ୍ତି। ଗଣପର୍ବ ନୂଆଁଖାଇ ପୂର୍ବରୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ତିନି ହଜାରରୁ ଉର୍ଦ୍ଧ୍ବ ଗରୀବ ମହିଳାଙ୍କୁ ମାଗଣାରେ ଶାଢୀ ବଣ୍ଟନ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସୂଚନା ଦେଇଛନ୍ତି।