ବିଜେପି ରାଜ୍ୟ ସଭାପତିଙ୍କ ଆଗମନକୁ ନେଇ ପ୍ରସ୍ତୁତି ବୈଠକ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମଧୁସୂଦନ ଠାକୁର): ୨୬ ତାରିଖ ଦିନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କେସିଙ୍ଗା ଗ୍ରସ୍ତ ସମୟରେ କେସିଙ୍ଗା ହୋଇ ଯିବାର କାର୍ଯ୍ୟକ୍ରମ ଚୂଡାନ୍ତ ହେବା ପରେ କେସିଙ୍ଗାରେ ସଭାପତିଙ୍କ ସମ୍ମାନରେ ଏକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ନଗର ସଭାପତି ପିଙ୍କୁ ପରିଡ଼ା ପ୍ରକାଶ କରିଛନ୍ତି ଏ ନେଇ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷଙ୍କ ଅଫିସ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ପ୍ରସ୍ତୁତି ଅନୁସାରେ ସଭାପତିଙ୍କୁ କେସିଙ୍ଗାରୁ ୧୫ କିମି ଦୂର ଅମାଠ ଛକ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ କେସିଙ୍ଗାକୁ ପାଛୋଟି ଅଣାଯାଇ ସ୍ଥାନୀୟ ପୁରୁଣା ଷ୍ଟେଟ ବ୍ୟାଙ୍କ ପାଖରେ ସଭାପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି କେସିଙ୍ଗା ବିଜେପି ପକ୍ଷରୁ କୁହାଯାଇଛି।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ,ଉପ ସଭାପତି ପ୍ରୀତେଶ ପଟେଲ, ପୂର୍ବତନ ଟାଉନ ସଭାପତି ପ୍ରଶାନ୍ତ ବାନାର୍ଜୀ,ଯୁବ ନେତା ଅରୁଣ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *