ମୋହନଗିରି ପୋଲିସକୁ ବଡ ସଫଳତା , ପିକପ୍ ଭ୍ୟାନରୁ ୪୦ କେଜି ଗଞ୍ଜେଇ ଜବତ , ଦୁଇ ଯୁବକ ଗିରଫ

ମ.ରାମପୁର/ କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରି ପୋଲିସ ବିଭାଗ ପକ୍ଷରୁ ଏକ ପିକଅପ ଭ୍ୟାନକୁ ସନ୍ଦେହ କରି ୪୦କେଜି ଗଞ୍ଜେଇ ସହ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି l ମୋହନଗିରି ପୋଲିସ ଫାଣ୍ଡି ଅଧିକାରୀ ଯୁବ ଷ୍ଟାର ଶ୍ରୀ ମନୋଜ ନାଏକଙ୍କ ନେତୃତ୍ୱରେ ତାଙ୍କ ସହଯୋଗୀ କନେଷ୍ଟବଳଙ୍କ ସହ ଆଜି ଭୋର ସକାଳର ୬ ଘଣ୍ଟା ସମୟରେ ବାଲିଗୁଡା ପଟୁ ବଲାଙ୍ଗୀର ଯାଉଥିବା ଏକ ବୋଲେରୋ ପିକଅପ ଭ୍ୟାନ OD03AA 7843 କୁ ଅଟକାଇ ଯାଞ୍ଚ କରିଥିଲେ l ଗାଡିର ପଛପଟେ ଗଞ୍ଜାଇ ଭର୍ତ୍ତି ଦେଖି ଦୁଇ ଜଣକୁ କାବୁ କରିଥିଲେ l ଅଭିଯୁକ୍ତ ଦ୍ୱୟ ଡୋଳାମଣି ସାହୁ (୨୯) ପିତା ଗୋବର୍ଦ୍ଧନ ସାହୁ. ଗ୍ରାମ ଲୁହାଙ୍ଗ ଜିଲ୍ଲା ବଲାଙ୍ଗୀର ଓ କୁଳମଣି ସାଗର (୨୪) ପିତା ଜଗବନ୍ଧୁ ସାଗର. ଗ୍ରାମ ଲୁହାଙ୍ଗ ଜିଲ୍ଲା ବଲାଙ୍ଗୀର ଙ୍କୁ ଗିରଫ କରିଥିଲେ l ଜବତ ଗାଡି ର ୪୦ କେଜି ଗଞ୍ଜାଇର ଆନୁମାନିକ ମୂଲ୍ୟ ଦୁଇ ରୁ ଅଢାଇ ଲକ୍ଷ୍ୟ ଟଙ୍କା ହେବ ବୋଲି ଜଣାପଡିଛି l ଏ ଏସ ଆଇ ମନୋଜ ନାଏକ ସମେତ ଦୁଇ କନେଷ୍ଟବଳ କର୍ମଚାରୀ ସଫଳ ହୋଇଥିଲେ l ଏବଂ ଦୁଇ ଆସାମୀଙ୍କୁ ମ ରାମପୁର ଥାନାଙ୍କୁ ପଠାଗଲା l ସେଠାରେ କେଶ ରୁଜୁ କରି କୋର୍ଟ ଚାଳନା କରିଯିବ ବୋଲି ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *