ମ.ରାମପୁର/ କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରି ପୋଲିସ ବିଭାଗ ପକ୍ଷରୁ ଏକ ପିକଅପ ଭ୍ୟାନକୁ ସନ୍ଦେହ କରି ୪୦କେଜି ଗଞ୍ଜେଇ ସହ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ମୋହନଗିରି ପୋଲିସ ଫାଣ୍ଡି ଅଧିକାରୀ ମନୋଜ ନାଏକଙ୍କ ନେତୃତ୍ୱରେ ତାଙ୍କ ସହଯୋଗୀ କନେଷ୍ଟବଳଙ୍କ ସହ ଆଜି ଭୋର ସକାଳର ୬ ଘଣ୍ଟା ସମୟରେ ବାଲିଗୁଡା ପଟୁ ବଲାଙ୍ଗୀର ଯାଉଥିବା ଏକ ବୋଲେରୋ ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲେ। ଗାଡିର ପଛପଟେ ଗଞ୍ଜାଇ ଭର୍ତ୍ତି ଦେଖି ଦୁଇ ଜଣକୁ କାବୁ କରିଥିଲେ। ଅଭିଯୁକ୍ତ ଦ୍ୱୟ ଡୋଳାମଣି ସାହୁ (୨୯) ପିତା ଗୋବର୍ଦ୍ଧନ ସାହୁ. ଗ୍ରାମ ଲୁହାଙ୍ଗ ଜିଲ୍ଲା ବଲାଙ୍ଗୀର ଓ କୁଳମଣି ସାଗର (୨୪) ପିତା ଜଗବନ୍ଧୁ ସାଗର. ଗ୍ରାମ ଲୁହାଙ୍ଗ ଜିଲ୍ଲା ବଲାଙ୍ଗୀର ଙ୍କୁ ଗିରଫ କରିଥିଲେ। ଜବତ ଗାଡି ର ୪୦ କେଜି ଗଞ୍ଜାଇର ଆନୁମାନିକ ମୂଲ୍ୟ ଦୁଇ ରୁ ଅଢାଇ ଲକ୍ଷ୍ୟ ଟଙ୍କା ହେବ ବୋଲି ଜଣାପଡିଛି। ଏଏସଆଇ ମନୋଜ ନାଏକ ସମେତ ଦୁଇ କନେଷ୍ଟବଳ କର୍ମଚାରୀ ସଫଳ ହୋଇଥିଲେ। ଏବଂ ଦୁଇ ଆସାମୀଙ୍କୁ ମ ରାମପୁର ଥାନାଙ୍କୁ ପଠାଗଲା। ସେଠାରେ କେଶ ରୁଜୁ କରି କୋର୍ଟ ଚାଳନା କରିଯିବ ବୋଲି ପ୍ରକାଶ କରିଛନ୍ତି।