ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀ ଚଚା ଜୋନର ମଣ୍ଡଳ ସଭାପତି ଭାବେ ଦିଗାମ୍ବର ସାନ୍ତା ମନୋନୀତ ହୋଇଛନ୍ତି । ଦୀର୍ଘ ଦିନ ଧରି ଚଚା ମଣ୍ଡଳ ସଭାପତି ପଦ ଖାଲି ପଡ଼ିଥିବା ବେଳେ ଶ୍ରୀ ସାନ୍ତା ଙ୍କୁ ଚୟନ କରାଯାଇଛି। ଏନେଇ ଓଡ଼ିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନ ମୋହନ ସାମଲଙ୍କୁ ଏକ ଚିଠି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ ଙ୍କ ନିକଟରେ ପ୍ରେରଣା କରାଯାଇଛି ।ତେବେ ଦିଗାମ୍ବର ସାନ୍ତାଙ୍କୁ ଚଚା ମଣ୍ଡଳ ସଭାପତି ଭାବେ ମନୋନୀତ କରିଥିବାରୁ ଅଞ୍ଚଳରେ ସ୍ୱାଗତ କରିବା ସହ ଖୁସି ପ୍ରକଟ କରିଛନ୍ତି।ଚଚା ମଣ୍ଡଲ ଚଚା, ପାଳିଆ, ଫୁଫୁଗାଁ, କାନାକୋଟ, ଭାଲୁକୋନାଡି, ଇଚ୍ଛାପୁର, ଟେମରା, ଚକଲାପଦର ପଞ୍ଚାୟତକୁ ନେଇ ଗଠିତ । ଶ୍ରୀ ସାନ୍ତା ମଣ୍ଡଳ ସଭାପତି ଚନୟ ହେବା ପରେ କର୍ମୀମାନେ ଦଳକୁ ସୁଦୃଢ କରିବେ ବୋଲି ଆଶା ରଖିଛନ୍ତି । ଦିଗାମ୍ବର ସାନ୍ତାଙ୍କୁ ଅନେକ ମହଲରେ ସ୍ୱାଗତ ସମ୍ବର୍ଦ୍ଧନା,ଅଭିନନ୍ଦନର ଜଣାଉଥିବାବେଳେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ଝରୀଗାଁ ବିଧାୟକ ନରସିଂହ ଭତରା ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ, ଝରୀଗାଁ ମଣ୍ଡଳ ସଭାପତି ସୁକାଳୁ ଗଣ୍ଡ, ଧୋଡ୍ରାମଣ୍ଡଳ ସଭାପତି ଭୁଜବଳ ଗୌଡ଼, ଆତ୍ମା ଚେୟାରମେନ ଚିତ୍ରସେନ ତିୱାରୀ ସମେତ ଦଳୀୟ କର୍ମକର୍ତ୍ତା ଓ ସମର୍ଥକ ଫୋନ ଯୋଗେ ଶୁଭେଚ୍ଛା ଜଣେଇଛନ୍ତି ।