ବାରିଆଘାଟ ରାସ୍ତା ପାଲଟିଛି ମରଣ ଯନ୍ତା

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚା ଗାଁ ପଞ୍ଚାୟତ ବାରିଆଘାଟ ରାସ୍ତା ପାଳଟିଛି ମରଣ ଯନ୍ତା।ଇନ୍ଦ୍ରାବତୀ ପ୍ରକଳ୍ପ ପୋଡାଗୋଡ଼ ନଦୀ ବନ୍ଧ ଠାରୁ କପୁର ଛକ ପର୍ଯ୍ୟନ୍ତ ନିର୍ମିତ ରାସ୍ତା ନିର୍ମାଣ ର କେଇଟା ମାସ ମଧ୍ୟରେ ମରଣ ଯନ୍ତା ପାଲଟିଛି। ଏହି ରାସ୍ତା ମରଣ ଯନ୍ତା ପାଲଟିବା ପଛରେ ରହିଛି ଜଳ ସେଚନ ପାଇଁ କାର୍ଯ୍ୟ କରୁଥିବା ଠିକା ସଂସ୍ଥା। ସୂଚନା ଅନୁଯାଇ ଏହି ରାସ୍ତା କୁ ଖୋଳି ଠିକା ସଂସ୍ଥା ପାଇପ ବିଛାଇ ଥିଲା।ପାଇପ ବିଛାଇବା ପରେ ମରାମତି ନକରି ମାଟି ଘୋଡାଇ ଛାଡିଦେଇଥିଲା ସଂସ୍ଥା। ଏହାପରେ ଉକ୍ତ ରାସ୍ତା ନିର୍ମାଣ କରିଥିଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ପୋଡ଼ଗଡ଼ ବନ୍ଧବିଭାଗ। ଉକ୍ତ ରାସ୍ତା ନିର୍ମାଣର କିଛି ମାସ ମଧ୍ୟରେ ଗ୍ରାମ ନିକଟ ରାସ୍ତାରେ ଦବି ଯିବା ସହ ରାସ୍ତା ମରଣ ଯନ୍ତା ପାଲଟିଛି। ସ୍ଥିତି ଏମିତି ହୋଇଛି ରାସ୍ତା ଫାଙ୍କା ଦେଖି ଛୋଟ,ବଡ଼ ଜାନୋବାହାନ ଗତି ବୃଦ୍ଧି କରିଥିବା ଚାଳକ ମାନେ ଏହି ଦବି ଥିବା ସ୍ଥାନରେ ଜାଣି ନପାରି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ରାସ୍ତା ଉପରେ କୋଳାହାଣ୍ଡି ଜିଲ୍ଲାର କିଛି ଗ୍ରାମ ଓ ମୁଖ୍ୟ ପୋଡାଗୋଡ଼ ବନ୍ଧ ଥିବାରୁ ପ୍ରତିଦିନ ଶହଶହ ଲୋକେ ଯାତାୟାତ କରନ୍ତି। ତୁରନ୍ତ ଉକ୍ତ ରାସ୍ତା ମରାମତି କରିବା ପାଇଁ ଦାବି ହେଉଛି।