ମୂର୍ତ୍ତି କାରିଗରଙ୍କୁ ରୋଜଗାର ଦେଉଛି ପର୍ବପର୍ବାଣୀ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଆଉ କେଇଟା ଦିନ ପରେ ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶ ପୂଜା ହେବ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ସମେତ ଅନେକ ବେସରକାରୀ ସଂସ୍ଥା ମାନେ ମଧ୍ୟ କରିଥାନ୍ତି ଗଣେଶ ପୂଜା। ଗଣେଶ ପୂଜା କୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ର ବୋରିଙ୍ଗ ପଦର ଠାରେ ମାସେ ଆଗରୁ ଦୁଇଟି ବଡ଼ ବଡ଼ ଟେଣ୍ଡ ଲଗାଇ ମୂର୍ତ୍ତି କାରିଗର ମାନେ ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରି ବିକ୍ରୟ ପାଇଁ କ୍ରେତା ଙ୍କ ବାଟ ଚାହିଁ ରହିଛନ୍ତି।କିଛି ମୂର୍ତ୍ତି ର ଏଡଭାନସ ଅଡର ଆଗରୁ ମିଳିଥାଏ ତ କିଛି ମୂର୍ତ୍ତି କାରିଗର ମାନେ ବିକ୍ରିର ଅନୁମାନ କରି ତିଆରି କରିଥାଆନ୍ତି।ଗଣେଶ ପୂଜା କୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ଲଘୁଚାପ ଜନିତ ଟିପରି ଟିପରି ବର୍ଷା ଦାଉ ସାଜିଛି ବୋଲି କାରିଗର ମାନେ ପ୍ରକାଶ କରିଛନ୍ତି।ଚଳିତ ବର୍ଷ ନିଅଣ୍ଟିଆ ଚାଷ ପାଇଁ ବର୍ଷା ଜରୁରୀ ଥିଲେ ମଧ୍ୟ ଆମର ୫ ଦିନିଆ ବେପାରକୁ ଦାଉ ସାଜିଛି ଲଘୁଚାପ ଜନିତ ବର୍ଷା।ବର୍ଷକ ରେ ଥରେ ଆମେ ଘରଦ୍ୱାର ଛାଡି ସହରକୁ ଆସି ଅନେକ ବାଧା ବିଘ୍ନ ସହିତ ଟଙ୍କା ଖର୍ଚ୍ଚ କରି ମୂର୍ତ୍ତି ତିଆରି କରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ପରିବାର ମଧ୍ୟ ଚଲାଇ ଥାଉ ବୋଲି କହନ୍ତି କାର୍ଯ୍ୟରତ କାରିଗର ମାନେ।କେସିଙ୍ଗା ସହରରେ ବିଭିନ୍ନ ଆକୃତିର ମୋନଲୋଭକାରୀ ,ସୁନ୍ଦର ପ୍ରାୟ ୩୦୦ ମୂର୍ତ୍ତି ତିଆରି କରାଯାଇଥିବା ବେଳେ ମୂର୍ତ୍ତି ଗୁଡ଼ିକର ମୂଲ୍ୟ ୨୫ ହଜାର ଟଙ୍କା ରୁ ୫୦୦ ଟଙ୍କା ମଧ୍ୟରେ ରହିଛି।ମୂର୍ତ୍ତି ଗୁଡ଼ିକର ନିର୍ମାଣ ପ୍ରାୟତ ସରିଯାଇଥିବା ବେଳେ ଅପେକ୍ଷା କେବଳ ଗଣେଶ ପୂଜା ଦିନକୁ।